STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ପୁସ୍ତକ

ପୁସ୍ତକ

1 min
23.7K

ପୁସ୍ତକ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

---------- -------------------- ----------

ପୁସ୍ତକ ଯେ ବଞ୍ଚିବାର ଅଭିମନ୍ତ୍ରିତ ବୃତ୍ତାନ୍ତ

ନିହିତ ଅଛି ଯହିଁ ବିପ୍ଳବ ଶୋଷଣର ଚିତ୍ର

ଭ୍ରଷ୍ଟାଚାର, ପୁଞ୍ଜିବାଦୀ ସମ ଯେତେ ଯେ କୃତ୍ତାନ୍ତ

କ୍ରାନ୍ତିକାରୀ, ଆଉ ବିପ୍ଳବୀ ଙ୍କ ଜୀବନ ଚରିତ୍ର ।।


ମହେଞ୍ଜୋଦାର,ହରପ୍ପା ସହ କେତେ ଯେ ସଭ୍ୟତା

ସତ୍ୟ, ତ୍ରେତୟା, ଦ୍ଵାପର ଯୁଗ ହୋଇଛି ବିଲିନ

ମୋଗଲ, ଇଂରେଜ,ରାଜା କେତେ ଚକ୍ରବର୍ତ୍ତୀ ରାଜା

ପୁସ୍ତକ ଆକାରେ ଇତିହାସେ ହୋଇଛି ବର୍ଣ୍ଣନ ।।


ଅଜ୍ଞାନତାର ଅନ୍ଧାର ଧ୍ଵଂସ କାରକ ପୂସ୍ତକ

ଅଜ୍ଞାନୀ ଆକାଶରେ ପୁସ୍ତକ ଜ୍ଞାନର ଦର୍ପଣ

ଚର୍ତ୍ତୁବେଦ,ଗୀତା,ଭାଗବତ ବା ଉପନିଷଦ

ଖୋଦିତେ ପ୍ରତିଫଳିତ ହୋଇ ହୋଇଛି ବର୍ଣ୍ଣନ ।।


ବୀଣା ପୁସ୍ତକ ବିରାଜେ ବାଣୀ ବୀଣାପାଣି ହସ୍ତେ

ପୁସ୍ତକାଗାର କକ୍ଷେ ନିଜେ ସ୍ଵୟଂ ବିରାଜିତ ମା

ଅମୂଲ୍ୟ ‌ରତ୍ନ ପୁସ୍ତକ ଜ୍ଞାନଦାତା ହେ ନମସ୍ତେ

ଅଜ୍ଞାନତା ଦୂର ପାଇଁ ହେ ପୂସ୍ତକ ତୁମେ ସହା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍