STORYMIRROR

Prasanta kumar Hota

Others

2  

Prasanta kumar Hota

Others

ପୁଷିଆ ଶୀତରେ ଝିପିରି ବରଷା

ପୁଷିଆ ଶୀତରେ ଝିପିରି ବରଷା

1 min
337


ପୁଷିଆ ଶୀତରେ ଝିପିରି ବରଷା

ଦେହ ଯାଏ ଥରି ଥରି

ତୁମ ତନୁ ତାପ ମଦମତ୍ତ ଆଖି

ମନେପଡେ ଭାରି ଭାରି।


ସେଦିନର ସଞ୍ଜ ବେଳ ମନେପଡେ

ଚାହା କପ ଥିଲା ହାତେ

ଅଧରେ ପିଆଲା ନେଉ ନେଉ ତୁମେ

ଗେଲ କରୁଥିଲ ମୋତେ।


ହୃଦୟ ରାଗିଣୀ ଖୋଲା କବରୀରେ

ଫୁଟି ଉଠୁଥିଲା ତାତି

ଶୀତରେ ରୋମାଞ୍ଚ ନୁହେଁ ଦହଗଞ୍ଜ

ପ୍ରିୟା ଥିଲେ ପ୍ରିୟ ମତି


ଉଷୁମ ଛାତିରେ ଉଷୁମ କମ୍ବଳ

ଶୀତକୁ ଆଦର କରେ

ହୃଦୟ ଆବେଗ କହିପାରେ ନାହିଁ

ଲୁଚି ଲୁଚି ମନ ମାରେ


ତମେ ଆଜି ସିନା ବହୁଦୂରେ ଅଛ

ଲାଗେ କିନ୍ତୁ ମୋତେ ପାଶେ

ନିଶବଦ ନିଦେ ଶୋଇଯାଏ ଯେବେ

ସ୍ମୃତି ଆଲିଙ୍ଗନେ ମିଶେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍