STORYMIRROR

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ(37)

ପୁରୁଷୋତ୍ତମ ଦେବ(37)

2 mins
388


ପୁରୁଷୋତ୍ତମ ଦେବ (37)

ଐତିହାସିକ କାବ୍ୟାଂଶ


"ଧୀରେ ଧୀରେ ଟାପୁ ପକାରେ ଲୋହିତ !

ମାଆକୁ ନହେଉ ବାଧା,

ନବରେ ପହଞ୍ଚି କଅଁଳ ଘାସରେ

ମେଣ୍ଟାଇବୁ ତୋର କ୍ଷୁଧା।"


କହି ଧୀରେ ଧୀରେ ଅଶ୍ୱ ଚାଳି ଭଞ୍ଜ

ବଣ ପାରି ହେଉଥାନ୍ତି,

ଅଶ୍ୱପୃଷ୍ଠେ ବସି କୋଳେ ଧରିଛନ୍ତି

ତାରିଣୀ ମାତାଙ୍କ ମୂର୍ତ୍ତି।


ପଛରୁ ଶୁଭୁଛି ପାଦପାଉଁଜିର

ରୁମୁଝୁମୁ ମୃଦୁ ସ୍ୱନ,

ଗୋବିନ୍ଦ ଭଞ୍ଜଙ୍କ କାନକୁ ସେ ସ୍ୱନ,

ଶୁଭେ ଅମୃତ ସମାନ।


ସଅଳ ସଅଳ ରାତି-ପାହାନ୍ତିରୁ

ଛାଡିଥିଲେ ପୁରସ୍ତମ,

ମନା କରିଥିଲେ, ଗଜପତି ଯେବେ

କଲେ ରକ୍ଷୀ ଆୟୋଜନ।


କହିଲେ "ଜନନୀ ଯିବେ ପରା ମୋର-

ଗଡେ ମୋସଙ୍ଗେ ଏକାନ୍ତେ,

ସେହି ତାଙ୍କ ସର୍ତ୍ତ,ସଇନ ସାମନ୍ତ

ନେବି ମୁଁ ସାଥେ କେମନ୍ତେ ?"


ପଥଶ୍ରାନ୍ତି ବାଧୁନାହିଁ ଗୋବିନ୍ଦଙ୍କୁ

ମାତା ସଙ୍ଗେ ଛନ୍ତି ବୋଲି,

କି ଆଶ୍ଚର୍ଯ୍ଯ ! ବହେ ଗ୍ରୀଷମେ ମଳୟ,

କୁହୁ ଡାକୁଛି କୋଇଲି।


ତାରିଣୀଙ୍କ ମୂର୍ତ୍ତି କୋଳେ ଧରିଛନ୍ତି,

ଫୁଲ ସମାନ ଉଶ୍ୱାସ,

ଲୋହିତ ଚାଲଇ ଧୀରେ,କିନ୍ତୁ ଖରେ

ପଥ ହେଉଥାଏ ଶେଷ।


ଶତ ଶତ କୋଶ ଅତିକ୍ରମ କରି

ପ୍ରବେଶିଲେ ଘୋର ବନେ,

ଭୋକ ଶୋଷ ସବୁ ଉଭେଇ ଗଲାଣି,

ଉଲ୍ଲାସ ଭରିଛି ମନେ।


ମାତାଙ୍କର ଦେଖି ଆଗମନୀ ବନ-

ପ୍ରାନ୍ତ ହୋଇଲା ଉଲ୍ଲାସ,

ସହସା ଫୁଲରେ ପୂର୍ଣ୍ଣ ହୋଇଗଲା

ତରୁଲତା ବନଦେଶ।


ବୃକ୍ଷୁ ବୃକ୍ଷେ ଡେଇଁ ଶୁଆ ସାରୀ ପିକ

କଜଳପାତି ଗାଇଲେ,

ଲମ୍ଫଦେଇ ମୃଗ ମୃଗୀ ପଶୁ ପକ୍ଷୀ

ବନପ୍ରାନ୍ତରେ ଡେଇଁଲେ।


ସୁଶୀତଳ ସମୀରଣେ ବହିଆସେ

ସୁଗନ୍ଧ ଦେବସ୍ଥଳିର,

ଅଗୁରୁ ଚନ୍ଦନ ଗନ୍ଧେ ପରିପୂର୍ଣ୍ଣ

ବନର ଶୋଭା ସମ୍ଭାର।


ମାଆଙ୍କ ପାଉଁଜି ରୁମୁଝୁମୁ ହେଲା

ସ୍ପଷ୍ଟୁ ପୁଣି ସ୍ପଷ୍ଟତର,

ସତେକି ତ୍ରିଦିବେ ମଘବା ସଭାରେ

ଚାଲେ ସଂଗୀତ ଆସର !


ଗୋବିନ୍ଦଭଞ୍ଜଙ୍କ ବକ୍ଷ ଭିଜିଗଲା

ଅସୀମ ଆନନ୍ଦ ଲୁହେ,

"ଧନ୍ୟହେଲି ଧନ୍ୟହେଲି" ବୋଲୁଥାନ୍ତି

ଆବେଗଭରା ହୃଦୟେ।


ଲୋହିତ ଯମକ ପକାଇ ଚାଲଇ

ବଣ ହେଉଅଛି ପାରି,

ମୁଣ୍ଡରେ ହଲୁଛି ଟାହିଆ ଚାଲୁଛି

ଆନନ୍ଦରେ ହ୍ରେସାକରି।


ସହସା ମାତାଙ୍କ ପାଉଁଜି ଶବଦ

ଭଞ୍ଜ ନପାରିଲେ ଶୁଣି,

"ମାତା ସତେ ମୋତେ ଠକିଦେଇ ଗଲେ"

ବୋଲି ମନେ ହେଲେ ଗୁଣି।


ହୃଦୟ ଆବେଗେ ଭୁଲିଗଲେ ଭଞ୍ଜ

ତାରିଣୀ ମାତାଙ୍କ ସର୍ତ୍ତ,

ଲେଉଟି ଚାହାନ୍ତେ ,ଘଟିଗଲା ଘୋର

ଅଘଟଣ ସେ ମୁହୁର୍ତ୍ତ।


କୋଳେ ଧରିଥିବା ମୂରତି ମାତାଙ୍କ

ମେରୁସମ ଗରୁ ହେଲା,

ପଡିଲା ମୂରତି ଛିଟିକି କୋଳରୁ

ଅଶ୍ୱ ଦୂରେ ଘୁଞ୍ଚିଗଲା।


ବିକଳେ ଗୋବିନ୍ଦ ଅଶ୍ୱରୁ ଓହ୍ଲାଇ

ସାଉଁଟି ମୂର୍ତ୍ତି ହାତରେ,

ଅଣ୍ଡାଳି ତୋଳନ୍ତେ, ମୂର୍ତ୍ତି ନଚଳନ୍ତି

ମହାମେରୁ ପରକାରେ,


ଏ ସମୟେ ହେଲା ଶୂନ୍ୟବାଣୀ

"ବୀର ବୃଥା ତୁ ଚେଷ୍ଟା ନକର,

ହୁଡିଲୁ ତୁ ସର୍ତ୍ତ ତେଣୁ ତୋ ସହିତ

ଯିବା ଅସମ୍ଭବ ମୋର।


ପଛେ ପଛେ ତୋର ଯାଉଥିଲି ବୀର

ଅଟକିଲି କର୍ଦ୍ଦମରେ,

ପାଉଁଜି ବୁଡିଲା ପଙ୍କରେ, ଶବଦ

ନଶୁଭିଲା ତୋ କର୍ଣ୍ଣରେ।


ଏଠାରେ ତୁ ପୂଜା କର ମୋତେ ରାଜା,

ଏହି ବିଧିର ବିଧାନ,

କେଉଁଝର ଏଥୁଁ ନୁହେ ବେଶିଦୂର

'ଘଟଗାଆଁ' ଏହା ନାମ।"


ମୁଣ୍ଡେ ଦେଇ ହାତ ଗୋବିନ୍ଦ ସାମନ୍ତ

ଭାଳିଲେ "ଆହା ! କି କଲି !

ଜାଣିଜାଣି ମୋର ଆରାଧ୍ୟା ଦେବୀଙ୍କୁ

ବନପ୍ରାନ୍ତେ ନିର୍ବାସିଲି !"


କ୍ରମଶଃ


Rate this content
Log in