Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Sahoo

Others

3  

Gayatri Sahoo

Others

ପୁରୁଷ ହୃଦୟର ବ୍ୟଥା

ପୁରୁଷ ହୃଦୟର ବ୍ୟଥା

1 min
324


              

ଯାହା ହସରେ ହସିଥାଏ ସାରା ଦୁନିଆଟା

ଦୁଃଖେ ଆଖି ଅଶ୍ରୁ ଭରା 

ଝିଅଟିଏ ସିଏ ତା ପାଇଁ ବ୍ୟବସ୍ଥା 

ହୁଏ ସବୁଠୁ ପ୍ରଥମେ ପରା ।


ରଖିଦେଲି ନିଜକୁ ଦିନେ ଜଣେ ପୁରୁଷର ସ୍ଥାନରେ 

ହଠାତ ଦେଖିଲି ଉଦାସୀନତାର ସ୍ପଷ୍ଟ ଚିତ୍ରଟିଏ 

ଆଖିରେ ତାଙ୍କର ଅଗଣିତ ଶବ୍ଦର ଭଉଁରୀ ଖେଳୁଛି 

କିନ୍ତୁ ଶୁଣିବାକୁ ନାହିଁ କିଏ ? 


ଗୀଟାରରୁ ବାହାରୁଥିବା ମଧୁର ଧୂନ୍ 

ପାରନ୍ତି ସଭିଏଁ ଶୁଣି 

ହେଲେ ଜଣେ ପୁରୁଷ ହୃଦୟର ଆର୍ତ୍ତ ଚିତ୍କାର 

ପାରନ୍ତି ନାହିଁ କେ ଜାଣି ।


Mar 8 Women's Day ନାରୀର ସମ୍ମାନ ପାଇଁ

Nov 14 Children's Day କୋମଳମତି ଶିଶୁ ପାଇଁ 

Men's Day କେବେ କହି ପାରିବକି କେହି 

19 Nov କଥା ମନରେ କାହାର ନାହିଁ ।


ସଜଫୁଲ ସରାଗରେ ମନ ମଣ୍ଡିବାକୁ  

ଲକ୍ଷେ ଆଖି ଅପେକ୍ଷିତ  

ମୁଠାଏ ତ୍ୟାଗ ଆଉ ତିତିକ୍ଷାକୁ ଦାନ କରି ପୁରୁଷ 

ରଚେ ଆତ୍ମ ପ୍ରତ୍ୟୟର ନିଆଁରା ଅନୁଭବ ।


ଝିଅଟିଏ ସିଏ କହନ୍ତି ସଭିଏଁ ଦୁର୍ବଳ  

ସେଥିପାଇଁ ତାର ସବୁ ଆରୋପ ଠିକ୍ 

ଦୁଷ୍କର୍ମ କରନ୍ତି କିଛି କିଛି ପୁଅ 

କ'ଣ ଦୋଷାରୋପ ସଭିଙ୍କ ପାଇଁ ଠିକ୍ ।


ଅପାଂକ୍ତେୟରେ ଲାଞ୍ଛନାର ମୁକୁଟଟିଏ ମିଳିଗଲା ବୋଲି 

ସେ କେବେ ଦୁଃଖ କରେନି 

ଆଖିର ଲୁହକୁ ଆଖିରେ ମାରିବାକୁ ଦିଏ 

କିଛି ଇନାମ୍ କି ସମ୍ମାନ ଲୋଡେନି ।


କେବେ ମନ ଭାଙ୍ଗିଛି କେବେ ଦେହ ଭାଙ୍ଗିଛି 

କେବେ ଦୁଃଖ ବଡ଼ିପାଣି ତଡ଼ିନେଇଛି 

ନିଜ ସ୍ୱରରେ ମସ୍ ଗୁଲ୍ ହୋଇ କିନ୍ତୁ  

ଆଜିବି ସେ ବଂଚି ରହିଛି ।


ଭାଙ୍ଗିଦିଅ ନାହିଁ ତାଙ୍କ ହୃଦୟ ଝରକା 

ଯନ୍ତ୍ରଣା ସାଜୁଛି ପବନର ଗର୍ଜନ 

କାରଣ ସବୁ ହୃଦୟ ନୁହେଁ କେବେ ପଥର 

କି ସବୁ ପୁରୁଷ ନୁହେଁ ପଥର ହୃଦୟ ।


ହେ ମୋର ଝିଅ ବନ୍ଧୁମାନେ ଥରେ ବୁଲିଯାଅ 

ନିଜ ହୃଦୟର ଅଦାଲତାକୁ  

ଠିକ୍ ବୁଝିଯିବ ପୁରୁଷ ହୃଦୟ ଯନ୍ତ୍ରଣା 

କାରଣ ସେଠି ହୁଏନି ନିଷ୍ପତ୍ତି କେବେ ଭୁଲ୍ ।



Rate this content
Log in