STORYMIRROR

susmita mohapatra

Others

3  

susmita mohapatra

Others

ପୁରୁଷ ବନାମ ପ୍ରକୃତି

ପୁରୁଷ ବନାମ ପ୍ରକୃତି

1 min
11.7K

ତୁ ବନ୍ଦ, ମୁଁ ବନ୍ଦ,

ହାଟ ବାଟ ମଠ ଘାଟ

ଆଜି ସବୁ ବନ୍ଦ l

ପୁରୁଷର ନୁହେଁ ଏବେ

ସହୁଅଛୁ ପ୍ରକୃତିର ତୋଡ,

ଚଉଦିଗେ ଖାଁ ଖାଁ ନୀରବତା

ଭୁରୁଡି ଯାଇଛି ଭିଡ଼ l

ଜୀବନ ନାଟକରେ

ନିଖୁଣ ଅଭିନୟ କରି କରି

ଅବଶ ହେଇ ପଡିଛି ଯେଉଁ ଦେହ,

ତା'ର ଆତ୍ମା ଗଣୁଛି ଦିନ

ଲୀନ ହେବାକୁ ପରମାତ୍ମାରେ

କିନ୍ତୁ,

ଗହଳି ରୋକିବାକୁ ଘାଟରେ

ବାଟ ଓଗାଳି ଘଟ

କହୁଛି ରୁହ ରୁହ,

ଗୋଧୂଳିର ନିରାଶାରେ ନୁହେଁ

ପ୍ରତ୍ୟୁଷର ପ୍ରତ୍ୟାଶାରେ

ଅରୁଣିମାର ଓଢଣି ଘୋଡେଇ

ଘେନିବ ବିଦାୟ l

ଆରୋପ ପ୍ରତ୍ୟାରୋପ ବ୍ୟତିରେକେ

ବିରୋଧୀ ଓ ଶାସକ

ଏବେ ଗୋଟିଏ ପଥର ପଥିକ,

ଘମାଘୋଟ ଲଢେଇର ଅଦୃଶ୍ୟ ଅନଳରେ

ଆହୁତି ଦେଇ ଅର୍ଜିତ ପାପ ତାପ

ପୁଣ୍ୟର ପ୍ଲାବନ ପୀଠରେ

ପ୍ରତ୍ୟେକ ଶଠ ଆଜି ମହାନାୟକ l

ମଠ ବି ଏକ, ତୁଠ ବି ଏକ,

ଧନୀ ନିର୍ଦ୍ଧନ ନିର୍ବିଶେଷରେ

ସବୁରି ଠିକଣା ଏକ l

ଭେକ ନୁହେଁ ଏବେ ଭୟର ରାଜୁତି,

ଭିଡ଼ିଆଣ କବାଟକୁ ଧୀରେ

ଭଲ ନାହିଁ ସ୍ଥିତି,

ତାଣ୍ଡବ ରଚୁଛି ବାହାରେ ପ୍ରକୃତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍