STORYMIRROR

Lipsa Acharya

Others

3  

Lipsa Acharya

Others

ପୁରୁଣାପ୍ରଶ୍ନ

ପୁରୁଣାପ୍ରଶ୍ନ

1 min
352

କେତେ ମନା କଲାପରେ ବି

ସେ ପୁରୁଣା ପ୍ରଶ୍ନ କୁ ପଚାରୁଚ୍ଥ,

ଉତ୍ତର ଜାଣିବା ପାଇଁ ଏତେ ଆଗ୍ରହ କାହିଁକି??

ମୋ କଳଙ୍କ ଲଗା ଅତୀତର

କ୍ଷତାକ୍ତ କୁ ବାରମ୍ବାର ସବୁଜ କରୁଚ୍ଥ....

କ'ଣ ଟିକିଏ ବଞ୍ଚିବାକୁ ଦବନି !!

ବୁଝାଇ ବୁଝାଇ ଥକି ଗଲିନି ...

ମୋ ଆତ୍ମ ଚିତ୍କାର ଧ୍ବନିକୁ 

ତମେ ଶୁଣିପାରୁ ନ, ତେଣୁ ତ ପଚାର।

ତୁମ ଆତ୍ମୀୟ ବୋଲି ସମାଜରେ ପ୍ରଚାର କର,

କେମିତି କା ତମ ଅନ୍ତରର ମୁଖା

ଠିକ୍ ରେ ଜାଣିପାରେ ମୁଁ ।

ନିରବ ମୁହଁ ରେ ଶବ୍ଦ ନ ଥାଏ ।

ଆଖି କଥା କୁହେ ବୋଲି ଶୁଣିଚ୍ଥି

ତାହାହେଲେ ବୁଝିବା କଷ୍ଟକର କେମିତି ତମ ପାଇଁ...

ଯଦି, 

ମୋ ଆଖିର ପରିଭାଷାକୁ ପଢିବାରେ ଅସୁବିଧା ହଉଚ୍ଥି

ଚୁପ୍ ରହିଯାଅ, ମୁଁ ତ କହୁନି 

ମୋ ଅତୀତର ପୃଷ୍ଠାକୁ ଓଲଟାଅ ....

ହେ !! ମୋ ମନର ଆତ୍ମୀୟ

ଆଜି ଗୋଟିଏ ଅନୁରୋଧ କରୁଚ୍ଥି 

ପଚାରିବ ନାହିଁ ମୋତେ

ମୋ କଳଙ୍କ ଲଗା ଅତୀତ ବିଷୟ ।

ଏପରି କରିବ ନା ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍