STORYMIRROR

subrat kumar jena

Others

3  

subrat kumar jena

Others

ପୁରୁଣା ସହର

ପୁରୁଣା ସହର

1 min
11.8K


ଅଚାନକ ତୁ ଭେଟ ହୋଇଯିବୁ ବୋଲି,

ଏ କଥା ଜମା ଭାବି ନଥିଲି,

ଅନେକ ଦିନ ହେବ ତୁ ଯାଇଥିଲୁ,

ଏ ସହରର ମୋ ଏରୁଣ୍ଡି ବନ୍ଧକୁ ଡେଇଁ,

କେବେ ନ ଫେରିବାର ଜିଦରେ,

କଣ ହେଲା ତୋର?

ଭାଙ୍ଗିଗଲାକି ଯେତେ ସବୁ ତୋର,

ମିଛ ଗର୍ବ ଅହମିକା,

ଧନ ପ୍ରାଚୁଯ୍ୟ ପ୍ରାପ୍ତିର ଧୂଆଁଳିଆ ଲାଳଶା,

ମୁଁ ଜାଣିଥିଲି ଏମିତି କିଛି ଘଟିବ,

ତୋ ସହ ଦିନେ ନା ଦିନେ,

କିନ୍ତୁ ଏ କଥା ବି ଜାଣିଥିଲି,

ତୋତେ ଅଟକାଇବାର ବୃଥା ପ୍ରୟାସ,

ମୋତେ ସର୍ବ ସମ୍ମୁଖରେ ଲୋକହସା କରାଇପାରେ,

ତାଛଡା ଜିବା ବାଲାକୁ କିଏ ଅଟକାଇ ପାରେ,

କେବଳ ଏକା ସମୟର ମାପଦଣ୍ଡକୁ ବାଦ ଦେଇ,

କିନ୍ତୁ ଏତେସବୁ ପରେ ବି,

ତୁମେ କାହିଁକି ଫେରିଛ ସେ ପୁରୁଣା ସହରକୁ,

କଣ?ଆଉ ଗୋଟେ ନୂଆ ଯୁଦ୍ଧର ସୂତ୍ରପାତ ଲାଗି,

ହେଲେ ବୁଝିନିଅ ତୁମେ ଆଜିକାଲି ,

ଗୋଟେ ପରିଚିତ ଚେହେରା ଏ ପୁରୁଣା ସହରରେ,

ଲମ୍ପଟ,ପ୍ରତାରଣାକାରିଣୀ ର ଆଭୂଷଣରେ ଭୂଷିତ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍