Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahoo

Others

3  

sasmita sahoo

Others

ପୁରାଣେ ଦୀପାବଳୀ

ପୁରାଣେ ଦୀପାବଳୀ

1 min
13.8K


ଶ୍ରୀରାମ ମାରିଲେ ରାବଣ ଅସୁର

ଫେରିଲେ ସୀତାଙ୍କୁ ନେଇ ,

ସ୍ୱାଗତ କରିଲେ ଅଯୋଧ୍ୟାବାସୀ

ରାଜ୍ୟରେ ଦୀପ ଜଳାଇ ।।

ଆଲୋକିତ ହେଲା ସମଗ୍ର ରାଇଜ

ଦେଖି ହେଲେ ସର୍ବେ ଖୁସି ,

ଅନ୍ୟାୟ ବିରୁଦ୍ଧେ ନ୍ୟାୟକୁ ଜିତ।ଇ

ଆଲୋକ ଦେଲେ ପ୍ରକାଶି ।।

ଘିଅ ଦୀପ ଜାଳି ପବିତ୍ର କରିଲେ

ପରିବେଶ ସେଠାକାର ,

ସେହି ଦିନ ଠାରୁ ଆରମ୍ଭ ହୋଇଲା

ଦୀପାବଳି ପରବର ।।

ଆଲୋକର ପର୍ବ ସ୍ୱଚ୍ଛତାର ପର୍ବ

ଅଟଇ ଯେ ଦୀପାବଳି ,

ଏହି ଦିନ ପୁଣି ପୂଜା ପାଇଥାନ୍ତି

ଦେବୀ ମାଆ ମହାକାଳୀ ।।

ମନ୍ଦାର ମାଳିନୀ ଖଡ୍ଗ ଧାରିଣୀ

ମୁଣ୍ଡ ମାଳିନୀ ମାଆ ,

ଲହ ଲହ ଜିଭ ତ୍ରିନେତ୍ର ଧାରିଣୀ

ଦାନବ ଘାତିନୀ ମା’ ।।

ଏହି ଦିନ ପୁଣି ବିଷ୍ଣୁ ଲକ୍ଷ୍ମୀଙ୍କର

ବିବାହର ଦିନ ଅଟେ ,

ସମୁଦ୍ର ମନ୍ଥନେ ଲକ୍ଷ୍ମୀ ଧନ୍ଵନ୍ତରୀ

ପ୍ରକଟ ଏହି ମତେ ।।

କୃଷ୍ଣ କରିଥିଲେ ନରକାସୁର ବଧ

ବିଷ୍ଣୁ ଫେରିଲେ ବୈକୁଣ୍ଠ ,

ନରସିଂହ ହୋଇ ମାରିଲେ ହିରଣ୍ୟ

ରହିଛି ପୁରାଣେ ପାଠ ।।

ପାଣ୍ଡବ ଫେରିଲେ ଏହି ଦିନ ଟିରେ

ସାରି ଅଜ୍ଞାତବାସ ,

ତାଙ୍କ ଆଗମନେ ରାଇଜ ତାଙ୍କର

ହୋଇଲା ଦୀପେ ପ୍ରକାଶ ।।

ଲକ୍ଷ୍ମୀଙ୍କ ପୂଜା ହୁଅଇ ଏ ଦିନେ

ହୁଏ ଗଣେଶଙ୍କ ପୂଜା ,

ଧନ ସମୃଦ୍ଧି ନିବେଶ ବଢ଼ଇ

ଖୁସିର ଉଡଇ ଧ୍ଵଜା ।।

ଅସତ୍ୟ ବିରୁଦ୍ଧରେ ସତ୍ୟର ଜୟ

ଅଜ୍ଞାନ ଉପରେ ଜ୍ଞାନ ,

ନିରାଶା ଉପରେ ଆଶାର ଜୟ

ଏହି ପରବର ମାନ ।।

ସସ୍ମିତା ସାହୁ , ନାଶିକ


Rate this content
Log in