STORYMIRROR

Paramita Sarangi

Others

2  

Paramita Sarangi

Others

"ପୁନଶ୍ଚ"

"ପୁନଶ୍ଚ"

1 min
14K


ତକିଆର ତଳେ

ବିତାଡିତ ହୋଇ ପଡିଥିବା ସ୍ବପ୍ନ ଗୁଡିକୁ

ସାଉଁଟୁ ସାଉଁଟୁ

ମୁକୁଳି ଗଲାଣି ବୟସଟି

କେଉଁଠି କେଜାଣି?


ଘନ ଜଙ୍ଗଲରେ ଖୋଜୁଥିଲା ବେଳେ

ଲୁଚକାଳି ଖେଳୁଥିଲା ବୟସଟା

ଧାଉଁ ଥିଲି ତା ପଛରେ

ଛୁଇଁବାକୁ

ଧରିବାକୁ ଚେଷ୍ଟା କରୁଥିଲି

ଏଇତ

ପୁଣି ଖସିଗଲା, ରିକ୍ତ ମୋର ହାତ

କ୍ଷତ ବିକ୍ଷତ


ଚାରିପଟେ ବେଢିଟରି ବସିଛନ୍ତି

ପଞ୍ଚଭୂତ

ମୋ ଠାରୁ ମୋରି ଅଂଶକୁ

ଛଡ଼ାଇ ନେବାକୁ


ପାପ ପୂଣ୍ୟର ହିସାବ

ଗୁଣି ଚାଲିଛି ଅନ୍ଧାରଟିକୁ

ହିମାଳୟ ଚଢିବାରେ

କିଏ ବା ସକ୍ଷମ

ଯୁଧିଷ୍ଠିରଙ୍କ ଛଡ଼ା ?


ସେହି ବିନ୍ଦୁକୁ ଛୁଇଁ

ପୁଣି ଫେରିବି ମୁଁ

ଫେରିବାକୁ ତ ପଡିବ

ସେ ଖାଲି କୁଟୀର କୁ , ଯେଉଁଠୁ

ମୁଁ ଦିନେ

ପାଦ ବଢ଼ାଇ ଥିଲି ଆଗକୁ।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍