ପୁନରପି .....
ପୁନରପି .....
1 min
2.4K
****
ଲୋଡଂତେନି କେହି ବୈକୁଂଠ ଭୁବନ ଏ ଜୀବନ ଗଲା ପରେ ,
ଯଦି ଜୀବନକୁ ଜିଇଁ କେ ପାରଂତା ଦୁନିଆରେ ଆନଂଦରେ !
ଯଦି ଶାଂତି ମିଳେ ଜୀଇଁବାରେ ,
କେଉଁ ଖୁସି ଅବା ମିଳିବ ସରଗେ ସେ ଅମୃତ ପିଇବାରେ !
ଏଠି ସୁଖ ଯେତେ ରହିବାରେ ,
କାଣିଚାଏ ତାର ଆନଂଦ ନ ଥିବ ଦେବଲୋକ ପାଇବାରେ !
କାହିଁ ମୁକ୍ତି ଲୋଡ ମୃତ୍ୟୁ ପରେ ,
ଯଦି ଏତେ ପୁଣ୍ୟ ଅଛି ପୁନର୍ଜନ୍ମ ମିଳୁ ଏଇ ଧରା ପରେ !
