STORYMIRROR

Dr Santosh Kumar Panda

Others

2  

Dr Santosh Kumar Panda

Others

ପୁଣ୍ୟତୋୟା

ପୁଣ୍ୟତୋୟା

1 min
6


 ବଇତରଣୀ ଲୋ ବଇତରଣୀ, 

  ପୁଣ୍ୟତୋୟା ମାଆ ବଇତରଣୀ।୦।

 ତୋ ଠାରେ ଦେଲେ ଶ୍ରାଦ୍ଧ ପୂର୍ବଜଙ୍କୁ

   ଜୀବନ ରୂପକ ବଇତରୁ ତରିଯାଉ,

ସେଥିପାଇଁ ସିନା ବୈତରଣୀ ନାମ

  କେଉଁ କାଳରୁ ତୁ ବୋଲାଉ।୧।

ବହୁ ପୁଣ୍ୟତୀର୍ଥ ପାର୍ଶ୍ଵେ ତୋର ଥାଏ

  ତୁହି ତ ଓଡ଼ିଶା ଗଙ୍ଗା,

 ଗୋନାସିକା ଠାରୁ ଉତ୍ପତ୍ତି ହୋଇଣ

   ସାଗରେ ହେଉ ଲୋ ଉଭା।୨।


Rate this content
Log in