STORYMIRROR

sasmita sahoo

Others

3  

sasmita sahoo

Others

ପୁଣ୍ୟବତୀ ଶ୍ରୀ ତୁଳସୀ

ପୁଣ୍ୟବତୀ ଶ୍ରୀ ତୁଳସୀ

1 min
425



ହେ ପୁଣ୍ୟବତୀ ଦେବୀ ବୃନ୍ଦାବତୀ

ତୁହି ଅଟୁ ଭାଗ୍ୟବତୀ ,

ଯେଉଁ ନାରୀ ତୋର ପୂଜା କରେ ନିତି

ହୁଏ ସେ ସୌଭାଗ୍ୟବତୀ II

ସବୁ ଅଗଣାରେ ତୁହି ବିରାଜିତ

ପବିତ୍ର ମା' ଶ୍ରୀ ତୁଳସୀ ,

ହିନ୍ଦୁ ନାରୀ ତୋତେ ପୁଜଇ ଶ୍ରଦ୍ଧାରେ

ସଞ୍ଜବତୀ ଜାଳେ ବସି II

ତୋରି ଶରୀରେ ବେଦ ଆଉ ବ୍ରହ୍ମI.

ତୋ ମୂଳରେ ଗଙ୍ଗାମାଆ,

ବିଷ୍ଣୁଙ୍କର ତୁହି ଅଟୁ ଭାରି ପ୍ରିୟା

ତେଣୁ ନାଁ ତୋ ହରିପ୍ରିୟା II.

ଯା' ପାଦ ଚିନ୍ତନ୍ତି ମୁନି ଋଷିଗଣ

ତା ମୁଣ୍ଡରେ ସ୍ଥାନ ତୋର ,

କି ତପ କରିଲୁ ନିଷ୍ଠାର ସହିତ

କାଳିଆ କଲା ଆଦର II.

ବେକରେ ନାହିଛି ଶିରରେ ଖୋସିଛି

ଭୋଗରେ ଖାଉଛି ନୀତି,

କାଳିଆ ଦେହରେ ଲାଗି ରହୁ ସଦା

ଏ କେମିତିକା ଭାବ ପ୍ରୀତି II

ତୋର ସେବା ଯେଉଁ ଜନ କରି ଥାଏ

ପ୍ରାପ୍ତି ହୁଏ ବିଷ୍ନୁଲୋକ ,

ତୋର ମୂଳେ ନୀତି ଜଳ ଲାଗି କଲେ

ମିଳଇ ଐଶ୍ୱର୍ଯ୍ୟ ସୁଖ II

ପତର ଭିତରେ ସାର ତୋ ପତର

ପାଇଲେ ହେଉ ପବିତ୍ର ,

ତୋ ଛଡା ତୁଳସୀ ପାଇଁ ସଦା ମନ

ହେଉଥାଏ ବ୍ୟାକୁଳିତ II

ସତୀ ବୃନ୍ଦାବତୀ ତୋର ଅଭିଶାପେ

ପ୍ରଭୁ ତୋତେ ମୁଣ୍ଡେଇଲେ,

ବିଷ୍ଣୁ ବଲ୍ଲଭ ନାମ ଦେଲେ ତୋର

ହରି ତୋତେ ସାଥି କଲେ II

ତୁ ମା 'ବୈଷ୍ଣବୀ ତୁ ମା' ମଞ୍ଜରୀ

ତୁହି ପୁଣି ମହାଲକ୍ଷ୍ମୀ,

ହୀରା ଲୀଳା ଠାରୁ ତୁହି ମୂଲ୍ୟବାନ

ତୁହି ଅଟୁ ଭାରି ଦାମୀ II

ରାଧା ମୀରା ଠାରୁ ଅଧିକ ନିଜର

ତୁହି ଲୋ କଳା ତୁଳସୀ,

ହସୁ ଥାଏ ସଦା ତୋତେ ପାଇ ଜଗା

ରଖିଛି ମଥାରେ ଖୋସି II

କାର୍ତ୍ତିକ ମାସର ବଡ ଏକାଦଶୀ

ତୋର ବିବାହର ଦିନ,

ସେହି ଦିନ ତୁହି ବିଭା ହେଉ ପୁଣି

ବର ଶ୍ରୀ ମଧୁସୂଦନ II

ତୋହରି ମାଳାକୁ ପିନ୍ଧିଲେ ବେକରେ

ହୃଦୟରେ ଶାନ୍ତି ମିଳେ

ବହୁ ରୋଗରୁ ତୁ ମୁକ୍ତି ଦିଅଉ

ଖାଏ ଯିଏ ସବୁବେଳେ II

ବୈଶାଖ ମାସରେ ତୋର ମଥାପରେ

ବସନ୍ତରା ଠେକି ବାନ୍ଧି,

ଜଳ ଲାଗିକଲେ ମିଳେ ପୁଣି ମୋକ୍ଷ

ବିଷ୍ଣୁ ଖୁସି ହୋଇଥାନ୍ତି II

ରବିବାର, ଏକାଦଶୀ କି ରଜନୀ

ଅବା ହେଉ ଅସମୟରେ

ଯେଉଁ ଜନ ତୋତେ ଛୁଏଁ ଯାଇ ସଦା

କୋପ ହେଇ ଥାଉ ତାରେ II.

ଏତିକି ଆଶିଷ କରିବୁ ଲୋ ମା'

ତୋ ସେବାରେ ଦିନ ଯାଉ,

ଜଗତ ମଙ୍ଗଳ କାମରେ ସଦା ମୋ

ଜୀବନଟି ବ୍ୟସ୍ତ ରହୁ II


ସସ୍ମିତା ସାହୁ ,ନାଶିକ


Rate this content
Log in