STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ପୁଣ୍ୟବନ୍ତ ମାସ

ପୁଣ୍ୟବନ୍ତ ମାସ

1 min
225


କାର୍ତ୍ତିକ ମାସରେ ଶୁକ୍ଳ ଚତୁର୍ଦ୍ଦଶୀ

   ବଡଓଷା ପଡିଥାଏ,

ଗହଳ ଚହଳ ଶୈବ ପୀଠ ମାନ

   ଭକ୍ତ ସମାଗମ ହୁଏ।


ଅନ୍ତିମ ଦିବସ  ଚଉଦିଗେ ଖ୍ୟାତ

    ରାହାସ ପୂର୍ଣ୍ଣିମା ନାମେ

ପ୍ରାତଃ ଶଯ୍ୟା ତ୍ୟାଗୀ  ଝିଅ ବୋହୁ ଯାନ୍ତି

    ବୋଇତ ବନ୍ଦାଣ କାମେ।


ସୁନାବେଶ ଭେସେ ସଜେଇ ହୁଅନ୍ତି

    ମହାପ୍ରଭୁ ଜଗନ୍ନାଥ,

ସତେକି ସୁନେଲି  କିରଣ ଝଲସି

   ଚଉଦିଗେ ବିଛୁରିତ।


ବୋଇତ ସଜାଡି  ମେଲାଣି ଦିଅନ୍ତି

    ସାଧବ ପୁଅଙ୍କୁ ସର୍ବେ,

ବଣିଜ କରିଣ ସାଧବ ଫେରନ୍ତି

   ଛାତିକି ଫୁଲାଇ ଗର୍ବେ।


କାର୍ତ୍ତିକ ମାସଟି ପୁଣ୍ୟବନ୍ତ ମାସ

    ପୁରାଣେ ଅଛି ବର୍ଣ୍ଣିତ,

ହବିଷ କରିଣ ପଞ୍ଚକ ପାଳିନ

   ମିଳିଥାଏ ଆତ୍ମତୃପ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍