STORYMIRROR

Rakesh Sahoo

Others

2  

Rakesh Sahoo

Others

ପୁଣିଥରେ

ପୁଣିଥରେ

1 min
13.5K


କାହିଁକି ପୁଣିଥରେ ଖୋଜିବାକୁ ଇଛାହୁଏ

ସେଇ ପୁରୁଣା ସ୍ମୃତିର ଆଭାସ

ଦିଏ ସତେ କେତେ ଆନନ୍ଦ

ସୃଷ୍ଟି କରେ କେତେ ଆଲୋଡନ ।।


ମନରେ ଥାଏ କେତେ ଅଭିପ୍ରାୟ

ପୁଲକିତ ହୁଏ ମନ

ଖୋଜିବାକୁ ଇଛାହୁଏ ସେଇଦିନଗୁଡାକୁ

ମନରେ ଆଉ ଏକ ଆଲୋଡନ ଭରିଦେବାକୁ ।।


ଗଲେ ଯାଉ ଯେତେ ଦିନ ବିତି

ସ୍ମୃତିର ନଥାଏ କେବେ ଇତି

ଏଇ ପାଣି ପବନ ସାଥି

ମନେ ମନେ ଗୁଣି ହୁଏ ସେଇ ଗୀତି ।।


କେତେ ଅଭିମାନ କେତେ ଅନୁଭୁତି

କେବେ ଲୁହ ଆମେ ଆଖିରେ

କେବେ ହସ ଭରିଦିଏ ଓଠରେ

ସମୟର ସେଇ ସ୍ରୋତରେ

ସମୟର ସେଇ ସ୍ରୋତରେ ।।


ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍