STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ପୁଣି ବର୍ଷା

ପୁଣି ବର୍ଷା

1 min
273

ବର୍ଷା..! ବର୍ଷା..!! ବର୍ଷା..!!


ତୁମେ ପୁଣି ଆସିଲ??

କହିଥିଲି ନା ଆସିବନି ବୋଲି,

ଏମିତି ଅଚାନକ, ମୋ ମନକୁ

ତୁମ ସହ ଓଦା କରିଦେବାକୁ..!!


ଏତେ ଅମାନିଆ କଣ ପାଇଁ ଯେ??


ଜାଣିନ କି..?

ତୁମେ ଆସିଲେ ସେ ମୋର

ମନେ ପଡେ ବୋଲି,


ଜାଣିନ କି..??

ସେ ଭୁଲି ଯାଇଛି

 ତୁମକୁ ଆଉ ମୋତେ

ନିଦାଘର ସ୍ପର୍ଶରେ...!


 ଜାଣିନ କି..?

ସେ ମୁହଁ ଫେରାଇ ଚାଲିଯାଇଛି,

ଆମ ସମ୍ପର୍କକୁ ଭୁଲି,

ଆଖି ପାଉନଥିବା

କେଉଁ ଏକ ଦୂର ପାହାଡ଼ର ଦେଶକୁ..!


କିନ୍ତୁ ତୁମେ ଆସି 

ପୁଣି ମନେ ପକେଇଦେଲ,

ତାର ସେଇ ଅପାସୋରା ସ୍ମୃତିକୁ,

ଆଉ ଆଖିରୁ ଝରାଇ ତତଲା ଲୁହ,

ତୁମର ଶୀତଳ ସ୍ପର୍ଶରେ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍