ପୁଲୱାମା ପଛର କାହାଣୀ
ପୁଲୱାମା ପଛର କାହାଣୀ
ଚୌରାଳିଶ ବୀର କବର ନେଲେଣି ଲାଗେ ସବୁ ଖାଁ ଖାଁ
ବୀରତ୍ଵ ବ୍ୟଂଜକ କବିତା ଲେଖୁଛୁ ଆତଙ୍କବାଦୀଙ୍କୁ ନାଁ ।
ପାକିସ୍ତାନ ନାମ ବିଶ୍ୱ ମାନଚିତ୍ରୁ ଉଡାଇବାକୁ ସଂକଳ୍ପ
ନିର୍ବାଚନ ବଂଦ କରି ଲଢିବାକୁ ତିଆରି ହୁଏ ପ୍ରକଳ୍ପ ।
ଜୟଚନ୍ଦ୍ର ବିନା ପୃଥୀରାଜ ବୀର ହାରିଥାନ୍ତେ ଘୋରୀ ପାଶେ
ଶକୁନି ମାମୁଁର ଅଭାବ କେବେହେଁ ହୋଇନାହିଁ ଏହି ଦେଶେ ।
କିଏସେ ଗଦ୍ଦାର ଆମ ମଧ୍ୟେ ଥାଇ ଯୋଗାଉଛି ତାଙ୍କୁ ଭେଦ
ପଦପଦବୀର ସବୁ ମଜା ନେଇ ବଢାଉଛି ତା'ର ମେଦ !!
ଅଧିକାରୀ ସିଏ ଆମରି ଦେଶର ତାଙ୍କ ପାଦର ପାଣ୍ଡୋଇ
ପଇସା ମିଳିଲେ ଦେଶ ବିକିଦେବେ ଯିବେ ଆଣ୍ଠେଇ ଆଣ୍ଠେଇ ।
ଆମ ସେନାଗାଡି ଯିବାର ସମୟ କେଉଁ ରାସ୍ତା ଦେଇ ଯିବ
ନଜାଣିଲେ କିଏ ଆତ୍ମଘାତି ହୋଇ ଖାଲିରେ ପ୍ରାଣ ନାଶିବ !!
ପାକିସ୍ଥାନ ଆମ ଭଗାରୀ ସହଜେ ଚୀନ୍ ତା ପଛରେ ଅଛି
ତାଙ୍କ ସଂଗେ ଲଢି ବରବାଦ ହେବା- ଭିତରେ ଶତୃ ଲୁଚିଛି ।
ଦୁର୍ନୀତି ଅସୁର ଖାଉଛି ଆମକୁ ଏପରି ବିଶାଳ ଶକ୍ତି
ପାକିସ୍ତାନ ତାକୁ ପରାଭବ ଦେବ ଅଡୁଆ ଲାଗୁଛି ଉକ୍ତି ।
ପଇସା ଅୟସ ଖେଳ ଯେଉଁ ଯାଏ କମାଲ ଦେଖାଉ ଥିବ
ଜବାନ ଆମର ଲଢେଇ ନକରି ଶହୀଦ ହେବ ହିଁ ହେବ ।
-ବିଶ୍ୱେଶ୍ଵର ମାଝୀ-