STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ପୁଜିବା ହର ଗଉରୀ

ପୁଜିବା ହର ଗଉରୀ

1 min
137

ଆସ ଲୋ ସଜନୀ ,ଆସଲୋ ସଙ୍ଗାତ

ପଂଚକ ଗାଧୋଇ ଯିବା,

ସବୁ ବାଳି ମିଳି,ବାଲି ଲିଙ୍ଗ ତୋଳି

ହର,ଗଉରୀ ପୁଜିବା ାା

ପାଂଚଟି ଇନ୍ଦ୍ରିୟ ,ପାଂଚ ଗୋଟି ତତ୍ତ୍ବ

ହାତ ପାଂଚୋଟି ଆଙ୍ଗୁଳି,

ପଂଚକ ପଡୁଛି ପାଂଚଦିନ ସାଂଗ

ପଂଚତୀର୍ଥ ଯିବା ବୁଲି ାା

ପଂଚତୀର୍ଥ ଜଳ କରି ଏକ ଠୁଳ

ପଂଚାନନ ଶିରେ ଢାଳି

ବଉଳ ,ମକର, ମାଗିବା ଯେ ବର

ଦେଇ ଶୁଭ ହୁଳହୁଳି ାା

ରାଇ ଦାମୋଦର ଦୁହିଁ ଙ୍କୁ ପୁଜିବା

ଚଉଁରା ମୂଳ ରେ ଥୋଇ

ତୁଳସୀ ର ଜଳ ପାଦଦୋକ କରି

ହବିଷାନ୍ନେ ମନ ଦେଇ ାା

ଚତୁର୍ଦ୍ଦଶୀ ରାତ୍ରେ ଉଜାଗର ରହି

ପ୍ରଭାତୁ ଗାଧୁଆ ସାରି

ନଇବାଲି ପରେ ଘର ସଜାଡିବା

ଇଷ୍ଟ ଦେବା,ଦେବି ସ୍ମରି ାା

ଧାନ କେଣ୍ଡା ଥୋଇ ,ଲକ୍ଷ୍ମୀୀ ପାଦ ଧ୍ୟାୟୀ

ଆ -କା-ମା-ଭୈ ଗାନ କରି

ପିତୃ ପୁରୁଷଙ୍କୁ ସ୍ମରଣ କରିଣ

ବୋଇତ ଦେବା ଭସାଇ ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍