STORYMIRROR

Chinmaya Kumar Nayak

Children Stories Children

3  

Chinmaya Kumar Nayak

Children Stories Children

ପୁଚି ଲୋ

ପୁଚି ଲୋ

1 min
198

ପୁଚି ଲୋ ଘୁଞ୍ଚି ଯା

ଦୂର ପଡ଼ିଆରେ ଲୁଚି ଯା

ପଡ଼ିଆଟା ସାରା ଖରା

ଛାଇ ଦିଏ ନାହିଁ ଧରା। 

ଗଛଟିଏ ବୋଲି ଦିଶେ ନାହିଁ କାହିଁ

ମାଳ ମାଳ କୋଠା ଘେରା। 


ବଡ଼ ଭାଇ ଛକା ମାଡରେ 

ବଲ ବାଜିଗଲେ କାହା ଝରକାରେ

ଏକ ମୁହାଁ ହୋଇ ଧାଆଁରେ। 


ବାପା ବସିଛନ୍ତି ବାଲକୋନୀରେ

ଭାଇ ଗୀତ ଗାଏ ଛାତରେ 

ଲୁଚି ଲୁଚି ଧୀରେ ଘରକୁ ଯାଆରେ

ଝାଳ ପୋଛ ବୋଉ କାନିରେ। 


ବୋଉ କାନି ପରା ସରଗ 

ବାପାଙ୍କ ଚଷମା ତଳେ ରାଗ ନିଆଁ

ଭାଇ ଖାଏ କାଳେ ପରାଗ। 


ଆଲୋ ଖେଳିବା ଖେଳ 

ମୋବାଇଲ ଧରି ପଢିବା ପାଠଲୋ

କରୋନା କରିଛି କାଳ।


ଛାତ ଉପରେ ମୋ ଫୁଲ ଗଛ

ପାଣି ଦେଉଥିଲା ବୋଉ 

ବଉଳ ସାଥିରେ ପୁଚି ଖେଳୁଖେଳୁ

ରାତି ହେଲା ଚାହୁଁ ଚାହୁଁ। 


ପୁଚି ଖେଳ ଗଲା ସରି

ଝରକା ଫାଙ୍କରୁ ଦେଖିଦେଲି ଯେବେ

ଜହ୍ନ ହସେ କିରି କିରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍