STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ପୁଅ

ପୁଅ

1 min
290


ହାତକୁ ହାତ 

ପାଦକୁ ପାଦ

ଓ ଛାତିକୁ ଛାତି 

ଯୋଡିବାର ଏକ 

ବଳିଷ୍ଠ ମାଧ୍ୟମ ,

ଗୁରୁଣ୍ଡି ଗୁରୁଣ୍ଡି 

ବହଳ ଅନ୍ଧାରେ 

ବାଟ ଚାଲିବା ବେଳେ

ଆଲୋକର ସାହାରା ହୋଇ

ଜ୍ୟୋତି ବାଣ୍ଟିବାର

ଏକ ଉଜ୍ଜଳ ଜ୍ୟୋତିଷ୍କ ,

ବିଶ୍ବାସ ଓ ଭରସାର

ଉତ୍ତାଳ ତରଙ୍ଗ ,

ଭବିଷ୍ୟର 

ଏକ ଶକ୍ତ ଶିଳାଖଣ୍ଡ ।


ଜୀବନର ସବୁ ସୁଖ

ଚାଲିଗଲାପରେ

ଆକାଶରେ ଅଦିନିଆ ମେଘ

ଢାଙ୍କିଗଲାପରେ

ଦଲକାଏ ପବନରେ

ବୀପଶିଖା ଲିଭିଗଲା ବେଳେ

ସେ ଯଦି କୋଳେଇ ନିଏ

ନିଜର କରିଦିଏ

ତା' ଦରଦୀ ଭାଷାରେ

କପାଳକୁ ଛୁଇଁ ଦିଏ

ପୋଛିଦିଏ ଅସରା ଲୁହ

ନିଶୀଥ ପ୍ରହରେ ,

ବାଟ କାଢିନିଏ

ଝଡର ତାଣ୍ଡବ ଭିତରେ ;

ତେବେ .............

ସବୁ ଦୁଃଖ ଲିଭିଯାଏ

ନିମିଷକେ,

ଉଜ୍ଜୀବିତ ହୁଏ 

ଜୀଇଁବାର ମୋହ 

କୁଢ କୁଢ ସ୍ବପ୍ନରେ 

ଆଖି ମେଲା ହୋଇଯାଏ  

ପୁନଶ୍ଚ ,

ସାର୍ଥକ ହୁଏ 

ସବୁ ତୀର୍ଥର କୋଟି ପୁଣ୍ୟଫଳ ।


ଆଉ ଯଦି ..........

ପାଣି ଉଜାଣି ବହେ

ସ୍ରୋତ ହୁଏ ବିପରୀତମୁଖୀ

ଢେଉ ଆସେ ସାଗରରେ 

ଆଦିନେ ବଜ୍ରପାତ ହୁଏ

କୂଳ ଲଂଘନ କରେ

ବଳିଷ୍ଠ ସୁନାମି

ତେବେ...............

ଧୋଇ ଧୋଇ ଯାଏ 

ପାଦତଳ ମାଟି

ଶୀର୍ଣ୍ଣହୁଏ ଅବୟବ

ଲୁହ ଲହୁ ସ୍ବେଦବିନ୍ଦୁ

ଏକକାର ହୋଇ

ବହିଯାଏ 

ସରଳରେଖାରେ ,

ମୃତ୍ୟୁର ସାମ୍ନା କରିବାକୁ ହୁଏ

ବାର୍ ବାର୍ ସହସ୍ର ବାର

ଜୀବନ ଜୀଇଁଥାଉ ପଛେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍