Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ପଠନୀୟ ବହି

ପଠନୀୟ ବହି

1 min
259



ପଠନୀୟ ବସ୍ତୁ ସିଏ

ଲିପିବଦ୍ଧ ମସୃଣ

କାଗଜ ପୃଷ୍ଠାଙ୍କେ

ଲିପି ପ୍ରାବନ୍ଧିତ ପରେ

ନାମ କିଏ ଦେଲା କହି -

ସେଇ ଦିନୁ ବୋଧେ ନାମ ହେଲା

ବହି....


ଭୁଜ ପତ୍ର ଲେଖା ସବୁ ପୁରାଣର ପୁରୁଣା ପୃଷ୍ଠାଙ୍କୁ

ନୂଆ ନାମେ ହେଲା ଯେବେ ରୂପାନ୍ତରିତ ସେଇ ତେବେ

ଅଦଧୟନ ଉପଯୋଗୀ । ଶତାବ୍ଦୀର ନୂଆ ବାର୍ତ୍ତା ବହ -

ବହି ....


ଛବିଳ ବର୍ଣ୍ଣବୋଧ ଠାରୁ ବିଶ୍ଵ ଇତିହାସ ଲେଖା ପ୍ରବନ୍ଧନ

ବେଦ ବେଦାନତରୁ ଅଠର ପୁରାଣ ପର୍ଯ୍ୟନ୍ତ-

ତ୍ରିପିଟକ,ଗୀତା, ବାଇବେଲ,କୋରାନ ଓ ଗ୍ରନ୍ଥ ସାହେବ

ଏବେ ତ ମିଳୁଛି ସବୁ କାଗଜ ପୃଷ୍ଠାଙ୍କେ

ଯାହାର ନୂଆ ଆଧୁନିକ ନାମ ଧାରଣ କରିଛି ସେ-

ବହି.....

ଅଜନ୍ତା ଏଲୋରା ଶିଳାଲିପି ଯେତେ

ଜୀବନ୍ତ ହୋଇ ହସୁଛନ୍ତି ମୋନାଲିସା ହସ

ବହି ଭଣ୍ଡାରରେ ଛବିଳ ରୂପରେ

ସବୁତ ସାଇତି ରଖିଛି ଅତି ଆପଣାର ଭାବି ସେ -

ବହି .....

କେତେ ବୀର ଶହୀଦିର ଗାଥା

ଇତିହାସେ ନାଇଛି କେ ବିଜୟର ଟୀକା

ଅମର ହେବ ତାର ଶବ୍ଦର ପୃଷ୍ଠାଙ୍କେ

ସୃଷ୍ଟି ରୁ ବିଲୟ ପର୍ଯ୍ୟନ୍ତ ଆଗାମୀ ପର୍ଯ୍ୟନ୍ତ ସେ-

ବହି ......

କେହି ଜେନ ଦାର୍ଶନିକ କହିଥିଲେ

ବହି ଲେଖକ ଜଣେ ସ୍ପଷ୍ଟବାଦୀ ବିଶେଷ ବ୍ୟକ୍ତିତ୍ବ

ଯିଏ କରେ କଲ୍ୟାଣକାରୀ ମାନବ ସଭ୍ୟତାର

ବନ୍ଦନୀୟ ହେ ! ବହି ଲେଖକ

ତୁମେତ ଦ୍ଵିତୀୟ ଇଶ୍ଵର ...

ଏ ବିଶ୍ଵର ........

ତୁମ ପାଦେ ନମେ ଦୁନିଆଁ

ଶତ ଶତ ବାର ....


Rate this content
Log in