STORYMIRROR

Hasyamayee Raj

Others

3  

Hasyamayee Raj

Others

ପତ୍ର ଆମ ମିତ୍ର

ପତ୍ର ଆମ ମିତ୍ର

1 min
12K


ପୁରାତନ ପ୍ରସ୍ତର ଯୁଗରୁ ଆଜିଯାଏ

ପତ୍ର ସହ ଯୋଡି ହୋଇଛି

ଆମର ଜୀବନ ।

ପତ୍ରକୁ କେବେ

ବସନ କରି ପିନ୍ଧୁଥିଲା

କେବେ ବାସନ କରି ମାନବ

କରୁଥିଲା ଭୋଜନ ।


ଉଦ୍ଭିଦର ପ୍ରତି ଅଂଗ

କେବେ ମୂଳ ଡାଳ ଅବା ପତ୍ର

ବ୍ଯବହାର କରି ହେଉଥିଲା ରୋଗମୁକ୍ତ

ପତ୍ରର କୁଡିଆ କରି ଖରା ବର୍ଷା

ଶୀତ ଦାଉରୁ ନିଜକୁ ବଞ୍ଚାଇ 

ରଖୁଥିଲା ଭୟରୁ ନିବୃତ୍ତ ।।


ପତ୍ର ପୁଷ୍ପ ସୁଶୋଭିତ ମଥା କରି

ସୌନ୍ଦର୍ଯ୍ୟ ବଢାଏ ରମଣୀ

ଗୁଳ୍ମ ଲଟା ପାଉଁଜିରେ

ପାଦକୁ ସଜାଏ ପୁଣି

କେତେ ତାର ଠାଣି ।।


ଭୋଜି ଭାତ ମଉଛବେ

ଲୋଡା ତାର

କେତେ ଲୋ ମିତଣୀ 

କଦଳୀ ଓ ପଦ୍ମ ପତ୍ରେ

ଭୋଜନର ମଜା

ସତେ ମନ ନିଏ କିଣି ।।


ଶାଗ ପତ୍ରେ ଲୌହସାର

ରକ୍ତ ଦିଏ ଭରି

ତାଳ ପତ୍ର ଆସନର କୁଟିକମ

ବିଞ୍ଚଣା ପବନ

କିଏ ହେବ ତାହା ପରି ।।


ପିଲା ଦିନେ ଅଶ୍ବତ୍ଥ

ପତ୍ର ପେଁକାଳି

ତାଳ ପତ୍ର ଖେଳଣାର ପେଡି

ମନେପଡେ ସବୁ ସିନା

ଆଜି ସେ କାହାଣୀ ।


ପତ୍ରରେ ସଜୋଉଥିଲୁ

ବିଦ୍ୟାଳୟ କାନ୍ଥ

ଆମ୍ବ ନିମ୍ବ ମନ୍ଦାରରେ

କେତେ ସବୁ ଚିତ୍ର, 

କେତେ ଗୁଣ

କେତେ ଯେ ଗାରିମା

ବିଛୁଆତି ହେଇଥାଉ

ଅବା ସେ ତୁଳସୀ 

ସଦା ହୋଇ ରହିଥାଏ

ସିଏ ଆମ ମିତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍