STORYMIRROR

Rojalin Mishra

Others

3  

Rojalin Mishra

Others

ପତିତପାବନ ବିଭୁ

ପତିତପାବନ ବିଭୁ

1 min
11.9K

ତୁମେ ପାପର ଧ୍ବଂସ କର୍ତ୍ତା

ପୁଣି ପୁଣ୍ୟର ମଙ୍ଗଳ ଆବାହନୀ,

ତୁମେ ଧର୍ମର ରକ୍ଷା କବଚ

ଅଧର୍ମ ଦୁର୍ଗ ବିଭେଦକାରୀ

ପୁଣି ବଡ଼ଦାଣ୍ଡର ଅନାହତ ମନ୍ତ୍ର ଧ୍ୱନି।।

ତୁମେ ଅନିର୍ବଚନୀୟ ଆନଂଦ

ଏଇ ସକଳ ସୃଷ୍ଟିର,

ବିରାଜିଛ ଜଳେ,ସ୍ଥଳେ,ପ୍ରଭଞ୍ଜନ ଧାରେ,

ରୂପେ,ଅନୁପମ

ସୁଂଦର,ସୁଶୋଭିତ ତୁମେ,

ହେ କଳାଠାକୁର..

ଆଜ୍ଞା ହେଉ

ଲୀନ ହେବାକୁ ତୁମ ଭାବର ସୀମାହୀନ

ଅତଳ ଗର୍ଭରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍