STORYMIRROR

Binata Mohanta

Others

4  

Binata Mohanta

Others

ପତିପତ୍ନୀ

ପତିପତ୍ନୀ

1 min
412

  ସଂସାର ଗାଡ଼ି ଚଳାଇବାକୁ

    ପ୍ରଭୁ ପତିପତ୍ନୀକୁ ଦେଇଛନ୍ତି ଦାୟିତ୍ଵ

  ଏହି ସୁନ୍ଦର ଯୋଡ଼ି ଏକ ନର ଓ ନାରୀ

    ସମ୍ପର୍କର ସଭିଏଁ ବୁଝିବା ମହତ୍ତ୍ଵ ।।


  ସମାଜରେ ପତିପତ୍ନୀ ଅଟନ୍ତି

    ମୁଦ୍ରାର ଦୁଇ ପାର୍ଶ୍ୱ ଭଳି

  ସୁଖରେ ସଂସାର ଆଗେଇବାକୁ

    ପ୍ରଭୁ କରିଛନ୍ତି ଦୁହିଁଙ୍କ ମେଳି ।।


  ସନ୍ତାନ ଆଉ ମାତାପିତାଙ୍କ

     ଏ ଦୁହେଁ ଅଟନ୍ତି ହିରୋ

  ତାଙ୍କରି ଛାୟା ରେ ସୁରକ୍ଷିତ ମଣୁ

     ଛୋଟବଡ ପୁରା ପରିବାର  ।।


  ସ୍ୱଭାବରେ ଜଣେ ନରମ ଯଦି

     ଆଉ ଜଣେ ପୁଣି ଗରମ

  ମିଠା କଥାରେ ଅନ୍ୟକୁ ଦେଖାନ୍ତି 

      ଦୁହେଁ ବ୍ୟବହାର ଉତ୍ତମ ।।


  ପ୍ରତିଦିନ ନିଶ୍ଚୟ ଏ ଦୁହିଁଙ୍କ ମଧ୍ୟେ

      ହୋଇ ଥାଏ ଖିଟିପିଟି

  ମତାନ୍ତର ହୁଏ କଥାକଥାକେ

     ଆରମ୍ଭ ହୁଏ କଥା କଟାକଟି ।।


  ଦୁହେଁ ଦୁହିଁଙ୍କ ଦାୟିତ୍ଵ ବୁଝନ୍ତି

     ବୁଝିଥାନ୍ତି ହୃଦୟ ବ୍ୟଥା

  କେହି କାହାକୁ କିଛି ନକହି

     ଚାହାଣୀରେ ପୁରା କରନ୍ତି ସବୁ କଥା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍