ପତିପତ୍ନୀ
ପତିପତ୍ନୀ
ସଂସାର ଗାଡ଼ି ଚଳାଇବାକୁ
ପ୍ରଭୁ ପତିପତ୍ନୀକୁ ଦେଇଛନ୍ତି ଦାୟିତ୍ଵ
ଏହି ସୁନ୍ଦର ଯୋଡ଼ି ଏକ ନର ଓ ନାରୀ
ସମ୍ପର୍କର ସଭିଏଁ ବୁଝିବା ମହତ୍ତ୍ଵ ।।
ସମାଜରେ ପତିପତ୍ନୀ ଅଟନ୍ତି
ମୁଦ୍ରାର ଦୁଇ ପାର୍ଶ୍ୱ ଭଳି
ସୁଖରେ ସଂସାର ଆଗେଇବାକୁ
ପ୍ରଭୁ କରିଛନ୍ତି ଦୁହିଁଙ୍କ ମେଳି ।।
ସନ୍ତାନ ଆଉ ମାତାପିତାଙ୍କ
ଏ ଦୁହେଁ ଅଟନ୍ତି ହିରୋ
ତାଙ୍କରି ଛାୟା ରେ ସୁରକ୍ଷିତ ମଣୁ
ଛୋଟବଡ ପୁରା ପରିବାର ।।
ସ୍ୱଭାବରେ ଜଣେ ନରମ ଯଦି
ଆଉ ଜଣେ ପୁଣି ଗରମ
ମିଠା କଥାରେ ଅନ୍ୟକୁ ଦେଖାନ୍ତି
ଦୁହେଁ ବ୍ୟବହାର ଉତ୍ତମ ।।
ପ୍ରତିଦିନ ନିଶ୍ଚୟ ଏ ଦୁହିଁଙ୍କ ମଧ୍ୟେ
ହୋଇ ଥାଏ ଖିଟିପିଟି
ମତାନ୍ତର ହୁଏ କଥାକଥାକେ
ଆରମ୍ଭ ହୁଏ କଥା କଟାକଟି ।।
ଦୁହେଁ ଦୁହିଁଙ୍କ ଦାୟିତ୍ଵ ବୁଝନ୍ତି
ବୁଝିଥାନ୍ତି ହୃଦୟ ବ୍ୟଥା
କେହି କାହାକୁ କିଛି ନକହି
ଚାହାଣୀରେ ପୁରା କରନ୍ତି ସବୁ କଥା ।।
