STORYMIRROR

SUSMITA MISHRA

Others

2  

SUSMITA MISHRA

Others

ପତି ପତ୍ନୀ ଓ ସାବିତ୍ରୀ ବ୍ରତ

ପତି ପତ୍ନୀ ଓ ସାବିତ୍ରୀ ବ୍ରତ

2 mins
63

ଶୁଣୁଛ ପତ୍ନୀ କହେ ପତିକୁ 

 ଟିକିଏ ଯିବା ମାର୍କେଟକୁ 

କାଲି ପଡ଼ିବ ସାବିତ୍ରୀ ବ୍ରତ 

 କିଣି ଦେଵ ଗୋଟେ ଶାଢ଼ୀ ତ।


ପତ୍ନୀର ବ୍ରତ କଥା ଶୁଣି 

  ପତି ଅବସ୍ଥା ହେଲା ଢିଲା 

ମାସ ଶେଷକୁ ସାବିତ୍ରୀ ଆସିଲା 

  ପକେଟ ରେ ନାହିଁ ଗୋଟେ ଠେଲା।


ପତି ପତ୍ନୀକୁ ଗେଲେ କହିଲେ 

  ହଇହୋ ସାବିତ୍ରୀ ବଣରେ ଥିଲେ 

ସେ କେଉଁ ନୂଆଁ ଶାଢ଼ୀ ପିନ୍ଧିଥିଲେ 

 କି କେଉଁ ବ୍ରତ ସେ କରିଥିଲେ।


କାହୁଁ ଏ ବ୍ରତ ଆସିଲା 

 ପତିଙ୍କୁ ନାକେଦମ କଲା 

ତୁମ ନୂଆଁ ଶାଢ଼ୀ ପାଇଁ 

 ମୋ ଅବସ୍ଥା ହେଉଛି ଢିଲା।


ସାବିତ୍ରୀ ନାମ ଆଳରେ 

 ନୂଆଁ ଶାଢ଼ୀ ପିନ୍ଧିବା ପାଇଁରେ 

ସାବିତ୍ରୀ ବ୍ରତ କରୁଛ ତୁମ୍ଭେରେ 

 ଖାଇବା ପାଇଁ ଭଲ ଫଳ ମୂଳରେ।


ପତିଙ୍କ କଟାକ୍ଷ କଥା ଶୁଣି 

  ପତ୍ନୀ ରାଗେ ପଞ୍ଚମ ହେଲେ  

ରାଗେ ଥରଥର ହୋଇ କହିଲେ 

 କଣ କହୁଛ ଯେ ତୁମ୍ଭେ 

ଶାଢ଼ୀ ପିନ୍ଧିବା ପାଇଁ 

  ଫଳମୂଳ ଖାଇବା ପାଇଁ 

ସାବିତ୍ରୀ ବ୍ରତ କରୁଛୁ ଆମ୍ଭେ ।


 ବାଚାଳ ପରି କି କଥା କହୁଛ  

ପାଠ ପଢ଼ା ତୁମେ ଅଟ ଶିକ୍ଷିତ  

 ବ୍ରତ କଣ ଭଲ ଭାବେ ଜାଣିଛ ।


ତୁମ୍ଭରି ରିଷ୍ଟ ଖଣ୍ଡନ ପାଇଁ 

 ଉପବାସେ ରହୁଛି ମୁହିଁ 

ତାହା ତୁମକୁ ଦିଶୁ ନାହିଁ 

 କଟାକ୍ଷ କରୁଛ ମୋ ମୁହଁ ଚାହିଁ।


ଏତେ ଯଦି କହୁଛ କଥା 

 ଶାଢ଼ୀଟିଏ ପାଇଁ ବିନ୍ଧୁଛି ତୁମ ମଥା 

ମୁଁ ତୁମକୁ ପ୍ୟାଣ୍ଟ ସାର୍ଟ ଆଣି ଦେବି 

 ଫଳମୂଳ ଆଣି ରଖି ଦେବି 

ଯଦି ତୁମେ ବାପର ପୁଅ 

 ଘର କାମ ସବୁ କରିବ 

ତା ଉପରେ ଦିନେ ସ୍ତ୍ରୀ ପାଇଁ  

 ଉପବାସ ରହିକି ଦେଖେଇ ଦିଅ।


ସବୁବେଳେ ଆମକୁ ହସୁଛ 

 ଉପହାସ କରିକି କଥା କହୁଛ 

ପତ୍ନୀ ଟା ଏତେ ଶସ୍ତା ହୋଇଛି 

 ସବୁବେଳେ କଟାକ୍ଷ ଶୁଣୁଛି 

ଯାହା ବି ଆମେ କରୁଛୁ 

 ତୁମ୍ଭର ମଙ୍ଗଳ ପାଇଁ କରୁଛୁ 

ଏତିକି ଛୋଟ କଥାକୁ 

 କେମିତି ବୁଝି ନ ପାରୁଛ।


ମତେ ନୂଆ ଶାଢ଼ୀ ଦରକାର ନାହିଁ 

 ମୋ ଚୁଡ଼ି ସିନ୍ଦୁର ବଜ୍ର ହେବା ପାଇଁ 

ନିଷ୍ଠା ରେ ବ୍ରତ କରେ ତ ମୁହିଁ 

 ନହେଲେ ଅନ୍ୟ କଥା କିଛି ନାହିଁ।


ତୁମ ଇଜ୍ଜତ ବଞ୍ଚାଇବା ପାଇଁ 

 ନୂଆଁ ଶାଢ଼ୀ ଖଣ୍ଡେ ପିନ୍ଧେ ମୁହିଁ 

ପାରିବ ତ ଆଣିଦେବ 

  ନ ପାରିଲେ ଆଣିବ ନାହିଁ।


ଶାଢ଼ୀ ପିନ୍ଧିବା ପାଇଁ 

 ବ୍ରତ କରେନି ମୁହିଁ 

ବ୍ରତ କରୁଛି କେବଳ 

 ମୋ ପରିବାରର ମଙ୍ଗଳ ପାଇଁ।


କେବେ ବି ପତି ମାନେ 

  ପତ୍ନୀକୁ କଟାକ୍ଷ କରିବ ନାହିଁ 

ଯଦି ପତ୍ନୀ ପତିକୁ କଟାକ୍ଷ କରିବ 

 ଏ ମର୍ତ୍ତେ ସ୍ଥାନ ନ ପାଇବ  

ଲୁଚିବା ପାଇଁ ଲୁଚିବା ପାଇଁ।


ଶୁଣି ପତ୍ନୀର କଥା 

 ପତିର ମୁଣ୍ଡ ଘୁରେଇ ଗଲା 

କାହିଁକି ନ ବୁଝି କଟାକ୍ଷ କରିଲି 

 ଭାବି ଅନୁତାପ ଯେ କରିଲା।


ହଉ ହଉ ହଉ ହେଲା 

 ମୋର ଭୁଲ ହୋଇ ଗଲା 

ଆଉ କହିବିନି କିଛି 

  ତୁମେ ମୋର ସାବିତ୍ରୀ ଅଟ ଟି 

ଚାଲ ମାର୍କେଟକୁ ଯିବା 

  ପୂଜା ପାଇଁ ଯାହା ଦରକାର 

କିଣି ଆଣିବା କିଣି ଆଣିବା।


ଶୁଣି ପତିର କଥା ପତ୍ନୀ ଯେ ହସିଦେଲେ 

ହସି କି ପତିକୁ ବୁଝାଇ କହିଲେ  

କୌଣସି ବ୍ରତକୁ ନ କରିବ କେବେ ଉପହାସ 

ସବୁ ପଛରେ ଥାଏ କିଛି କାରଣ କିଛି ରହସ୍ୟ 

ସେ ପାଇଁ ଲେଖା ହୋଇଛି ଇତିହାସ 

ନ ବୁଝ ବିଚାରି କାହାକୁ କରିଲେ କଟାକ୍ଷ 

ନିଜ ଜୀବନକୁ ନିଜେହିଁ ଆଣିଥାଉ ଅଭିଶାପ।


ପତି ପତ୍ନୀ ଅଟନ୍ତି ପରିପୁରକ 

ଗୋଟିଏ ଗାଡିର ଦୁଇଟି ଚକ 

ପତ୍ନୀ ପତିକୁ ଅନୁରୋଧ କରି କହିଲା 

ଆଉ କେବେ ଧର୍ମଛଡ଼ା କଥା ନ କହିବ 

ଶିକ୍ଷିତ ଅଟ ତୁମ୍ଭେ ବୁଝି ବିଚାରି ରହିବ 

ଆସ ମିଳିମିଶି ବ୍ରତର ସଜବାଜ କରିବା 

ହସ ଖୁସିରେ ଆମ ସଂସାର ଗଢିବା ଆମ ସଂସାର ଗଢିବା।


  

  



Rate this content
Log in