STORYMIRROR

Prasanta kumar Hota

Others

3  

Prasanta kumar Hota

Others

ପତି ପତ୍ନୀ ଏକ ନିବିଡ ସମ୍ପର୍କ

ପତି ପତ୍ନୀ ଏକ ନିବିଡ ସମ୍ପର୍କ

1 min
287


ପତି ପତ୍ନୀ ଏକ ନିବିଡ ସମ୍ପର୍କ 

ସମ୍ପର୍କ ନୁହେଁ ସେତ ଜୀବନ ଅଖ

ଅଖ ଧରେ ଚକ ସଂଯୋଗର ଭାର

ସଂଯୋଗ ଜୀବନେ ସମ୍ବନ୍ଧ ବିଚାର 


ବିଚାର ପତ୍ନୀର ପତି ମାନ ରକ୍ଷା

ମାନ ଦେଲେ ଯେଣୁ ପତ୍ନୀର ସୁରକ୍ଷା 

ସୁରକ୍ଷାରେ ପତ୍ନୀ ସାକଲ୍ୟ ସୁଶୀଳା

ସୁଶୀଳା ପରନ୍ତୁ ପରିବାର କଳା


କଳା ଏକ ଶିକ୍ଷା ପରିବାର ଦାନ

ମାତୃଗୁଣେ କନ୍ୟା ଏଣୁ ଏ ବୟାନ

ବୟାନେ ସଂସ୍କାର ତ୍ୟାଗ ଆଦି ଗୁଣ

ଗୁଣ ପାଇଁ ସିନା ନାରୀର ସମ୍ମାନ 


ସମ୍ମାନ କି ଘୁରେ ଅର୍ଥ ଖ୍ୟାତି ବଳେ

ଅର୍ଥ ଖ୍ୟାତି ଯଦି ପତି ଅବହେଳେ 

ଅବହେଳା ଯଦି ପତି ପରିଜନେ 

ପତ୍ନୀ ସଙ୍ଗେ ପତି କିମ୍ପା ପ୍ରୟୋଜନେ


ପ୍ରୟୋଜନ ବିନା ଥାନ୍ତେ ନିଜ ଘରେ

କରୁଥାନ୍ତେ କାର୍ଯ୍ୟ ସ୍ଵାତ୍ମୀୟ ସେବାରେ 

ଶରୀର କ୍ଷୂଧିତେ ମିଶୁଥାନ୍ତା ଦେହ

କାମଜ ସନ୍ତାନ ପ୍ରେମ ନିରାଗ୍ରହ


ଆଗ୍ରହ ବିହୁନେ ପ୍ରେମ ନିଦାରୁଣ 

ପ୍ରେମ ବିନା ଦେହ କାମ ଅନ୍ବେଷଣ

ସ୍ଵାଧୀନ ସଭ୍ୟତା ଶିକ୍ଷା ଓ ଶିଷ୍ଟତା

ଅର୍ଥ ଓ ଯୋଗ୍ୟତା ସବୁର ନିୟନ୍ତା


ଅହଂକାର କରେ ସବୁ ଅନାୟତ୍ତ 

ବିବାହ ସମ୍ପର୍କ ମନେକରେ ତୁଛ

ତୁଛ ନୁହେଁ ଯେଣୁ ଦୈବିକ ସଂଯୋଗ

ପତି ପତ୍ନୀ ଏକ ନିବିଡ ସମ୍ପର୍କ। 


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍