Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others Romance

0.4  

Prasanta kumar Hota

Others Romance

ପତି ପତ୍ନୀ ଏକ ନିବିଡ ସମ୍ପର୍କ

ପତି ପତ୍ନୀ ଏକ ନିବିଡ ସମ୍ପର୍କ

1 min
533


ପତି ପତ୍ନୀ ଏକ ନିବିଡ ସମ୍ପର୍କ

ସମ୍ପର୍କ ନୁହେଁ ସେତ ଜୀବନ ଅଖ

ଅଖ ଧରେ ଚକ ସଂଯୋଗର ଭାର

ସଂଯୋଗ ଜୀବନେ ସମ୍ବନ୍ଧ ବିଚାର ।

ବିଚାର ପତ୍ନୀର ପତି ମାନ ରକ୍ଷା

ମାନ ଦେଲେ ଯେଣୁ ପତ୍ନୀର ସୁରକ୍ଷା

ସୁରକ୍ଷାରେ ପତ୍ନୀ ସାକଲ୍ୟ ସୁଶୀଳା

ସୁଶୀଳା ପରନ୍ତୁ ପରିବାର କଳା ।

କଳା ଏକ ଶିକ୍ଷା ପରିବାର ଦାନ

ମାତୃଗୁଣେ କନ୍ୟା ଏଣୁ ଏ ବୟାନ

ବୟାନେ ସଂସ୍କାର ତ୍ୟାଗ ଆଦି ଗୁଣ

ଗୁଣ ପାଇଁ ସିନା ନାରୀର ସମ୍ମାନ ।

ସମ୍ମାନ କି ଘୁରେ ଅର୍ଥ ଖ୍ୟାତି ବଳେ

ଅର୍ଥ ଖ୍ୟାତି ଯଦି ପତି ଅବହେଳେ

ଅବହେଳା ଯଦି ପତି ପରିଜନେ

ପତ୍ନୀ ସଙ୍ଗେ ପତି କିମ୍ପା ପ୍ରୟୋଜନେ ।

ପ୍ରୟୋଜନ ବିନା ଥାନ୍ତେ ନିଜ ଘରେ

କରୁଥାନ୍ତେ କାର୍ଯ୍ୟ ସ୍ଵାତ୍ମୀୟ ସେବାରେ

ଶରୀର କ୍ଷୁଧିତେ ମିଶୁଥାନ୍ତା ଦେହ

କାମଜ ସନ୍ତାନ ପ୍ରେମ ନିରାଗ୍ରହ ।

ଆଗ୍ରହ ବିହୁନେ ପ୍ରେମ ନିଦାରୁଣ

ପ୍ରେମ ବିନା ଦେହ କାମ ଅନ୍ଵେଷଣ

ସ୍ଵାଧୀନ ସଭ୍ୟତା ଶିକ୍ଷା ଓ ଶିଷ୍ଟତା

ଅର୍ଥ ଓ ଯୋଗ୍ୟତା ସବୁର ନିୟନ୍ତା ।

ଅହଂକାର କରେ ସବୁ ଅନାୟତ୍ତ

ବିବାହ ସମ୍ପର୍କ ମନେକରେ ତୁଛ

ତୁଛ ନୁହେଁ ଯେଣୁ ଦୈବିକ ସଂଯୋଗ

ପତି ପତ୍ନୀ ଏକ ନିବିଡ ସମ୍ପର୍କ।


ପ୍ରଶାନ୍ତ କୁମାର ହୋତା


Rate this content
Log in