ପଥ ନ ହୁଡ ମନ
ପଥ ନ ହୁଡ ମନ
ଡଃ ପ୍ରଶାନ୍ତ କୁମାର ବିଶ୍ବାଳ
ମନରେ ତୁ ଟିକେ ନିଜକୁ ଅନା
ଭୋଗ ବିଳାସରେ ହେଉଛୁ ବଣା ।।
ଧନ୍ଦୁଥିଲୁ ଦିନେ ନରକେ ରହି
ଜନ୍ମ ଦେଲେ ତୋର ଦୁଃଖ ନ ସହି ।।
ବାଳାବସ୍ଥା ଉପନୀତ ଯେ ହେଲା
ଖେଳାଲୀଳାରେ ତୋ ମନ ବିତିଲା ।।
ଯୁବତୀ ପାଶେ ତୁ ମନ ରସିଲୁ
ସଦାଚାର ଛାଡି ରାସ୍ତା ଭ୍ରମିଲୁ।।
ଯାହାକୁ ଦେଖି ତୁ ହେଲୁ ଯେ ମୁଗ୍ଧ
ଏ ସବୁ ମାୟାରେ କର ତୁ ବୋଧ।।
ଚହଟ ଚିକଣ କରେ କମିଆ
ବାଟ ଭୁଲି ମନ ହେଉରେ ବାୟା ।।
ଡଉଲ ଡାଉଲ ଯେତେ ଦିଶୁଛି
ସାରା ନରକକୁ ଚର୍ମ ବେଢିଛି ।।
ସାରା ରୋଗର ଘର ଏ ଶରୀର
ପୀଡିତ ହେଲେ ହେଉ କଦାକାର ।।
ଶରୀର ନେଇ କରୁ ଅହଂକାର
ମାଟି ଦେହ ଦିନେ ମିଶେ ମାଟିରେ ।।
ରମଣୀ ପାଇଁ ତୁ ପାଗଳ ହେଲୁ
ଗୁରୁଜନେ ତୁ କର୍ତ୍ତବ୍ଯ ଭୁଲିଲୁ ।।
ଧନ ପାଇଁ ତୁ ଗରବ କରୁଛୁ
ସୁଖ ଶାନ୍ତି ଯେ ହରେଇ ବସିଛୁ ।।
ମୁଁ ଆଉ ମୋର କେତେ ଯେ ତୁ କହୁ
ନିଜ ନଢୋଲ ନିଜେ କେତେ ବଜାଉ।।
ଦାନ୍ତ ଗଳିଲା ତୋ ହାତ ଥରିଲା
ପ୍ରୌଢାବସ୍ଥାରେ ଚେତା ନ ଫେରିଲା।।
ରସନା ବାସନାରେ ବିତେ ଯେ ଦିନ
ନାତି ନାତୁଣୀ ରେ ହଜିଲା ମନ।।
ଅଜାଣତେ ଗଲା ସମୟ ବହି
ହରିଭଜନ ତୁ ଭଜିଲୁ ନାହିଁ।।
ସମୟ ହେଲା ଯିବୁ ଶମନ ପୁର
ସୁକର୍ମ ବିନା କଲୁ କି ନାରଖାର ।।
ଡାକ ଦେଉଛି ଶୁଣ କର୍ଣ୍ଣ ଡେରି
କର୍ମ କର ସଦା ଧର୍ମ ଆଚରି ।।।
JNV SARANGA DHENKANAL
