STORYMIRROR

Jagabandhu Sahu

Others

3  

Jagabandhu Sahu

Others

ପଶିଲି ତୋର ଶରଣ

ପଶିଲି ତୋର ଶରଣ

1 min
8.1K


ରତ୍ନ ସିଂହସନେ ବସିଛୁ କାଳିଆ

ପାଟ ପିତାମ୍ବରି ପିନ୍ଧି

ତୋର ବଡ ଦାଣ୍ତେ ବୁଲୁଛି କାଳିଆ

ଚିରା ଫଟା ଖଣ୍ତେ ପିନ୍ଧି


ତୋ ବଡ ଦେଉଳେ ଖାଉଛୁ ବସି ତୁ

ଷାଠିଏ ପଉଠି ଭୋଗ

ମୋ କପାଳେ ବୋଧେ ନାହିଁରେ କାଳିଆ

ପଖାଳ ଭାତକୁ ଯୋଗ


ଏତେ ବଡ ତୋର ସଂସାର ଭିତରେ

ତୋତେ ଟିକିଏ ଆଶ୍ରା କରି

ଗଢିଥିଲି ମୁଁ ଯେ ଚାଳ ଛପରଟେ

ହେବୁ ସାହା ମୋର ବୋଲି


ଅଞ୍ଚାଶ ପବନ ବଇରି ସାଜିଲା

ଉଡେଇ ନେଲା ମୋ ଘର

ହତ ଭାଗା ହୋଇ କାନ୍ଧେ ଛୁଆ ନେଇ

ବୁଲୁଛିରେ ବାର ଦ୍ବାର


ଚିରା ଫଟା ମୋର ପିନ୍ଧା ବସ୍ତ୍ର ଦେଖି

କୁହନ୍ତି ମୋତେ ପାଗଳ

ପେଟ ଚାଖଣ୍ତେ ମୁଁ ପାଇଁ ରେ କାଳିଆ

ହୁଏ ଡହଳ ବିକଳ


ସହିବାର ଶକ୍ତି ଶେଷ ହେଲା ଏଠୁ

ପଶିଲି ତୋର ଶରଣ

ଶେଷ ଇଛା ମୋର ତୋ ସିଂହଦ୍ବାରେ

ଦେବୁରେ ମୋତେ ମରଣ


[ ପ୍ରେମ୍ କବି ଜଗବନ୍ଧୁ ସାହୁ ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍