Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ପ୍ରତ୍ୟକ୍ଷ ଈଶ୍ୱର

ପ୍ରତ୍ୟକ୍ଷ ଈଶ୍ୱର

1 min
95


ମୁଁ ଆଜି ବୁଢା ହୋଇଗଲିଣି ସତ

ହେଲେ କାମରେ ଆସିବି

ମୋତେ ଅଣଦେଖା କରନାହିଁ କେବେ

ଆତ୍ମକଥା ମୋ କହିବି ॥


ତୋ ବାପା ଯେବେ ଲଗାଇଥିଲେ ଏଠି

ନଥିଲା ଘର ଦୁଆର

କାମରେ ଆସିବି ବୋଲି ହେ ତୁମର

ଯତନ ଥିଲା ସୁନ୍ଦର ॥


ଗୋଟିଏ ନୂହଁ କି ଦୁଇଗୋଟି ଗଛ

ଅନେକ ରୋପଣ କଲେ

ତା ମଧ୍ଯରୁ ତୁମେ ଗୋଟେ ନ ରଖିଲ

ଆମ ବଂଶ ଲୂଟିନେଲ ॥


ଜନମରୁ ମରଣ ରହଣି ପାଇଁ

ଲୋଡା ଅଟୁ ହେ ତୁମର

ତୁମ ଭଲ ମନ୍ଦ ବୁଝିବା ପାଇଁ ତ

ବିହି ଦେଈଛି ଉପହାର ॥


ଝିଅ ବିଦା ବେଳେ ଲୋଡା ମୁଁ ତୁମର

ଏ କଥା କି ଭୂଲିଗଲ

ତୁମ ପିଲାପିଲି ପଢାପଢି ପାଇଁ

ବୁଝିନାହଁ କି ମୋ ମୂଲ ॥


ସାରା ଜଗତର ଜୀବମାନଙ୍କୁ ମୁଁ

ଦିଏ ନିତି ଅମ୍ଲଜାନ

ପେଟର ଭୋକ ଶୋଷ ମାରିବା ପାଇଁ

ନିତି କରାଏ ଭୋଜନ ।


ଫଳ ପନିପରିବା ଯେତେ ପାଉଛ

ସବୂ ମୋର ପ୍ରତିଦାନ

ରାନ୍ଧିବା ପାଈଁ ବି ମୋ ଶରୀର ତୁମକୁ

ଦେଇଅଛି ବଳିଦାନ ॥


ଆସବାବପତ୍ର ଯେତେ ପାଉଅଛ

ଗଛଠାରୁ ହୁଏ ପ୍ରାପ୍ୟ

ଚଳନ୍ତି ଦେବତା ବୄୄୄୄୄୄୄକ୍ଷ ହିଁ ଅଟଇ

ଶହେ ଶତକଡା ସତ୍ୟ ॥






Rate this content
Log in