STORYMIRROR

Pranati Panda

Children Stories

4  

Pranati Panda

Children Stories

ପ୍ରତିଯୋଗିତାର ଫଳ

ପ୍ରତିଯୋଗିତାର ଫଳ

1 min
206


ମଦନା ଅଜାର କାମ କରିବାକୁ

ଥିଲେ'ତ ଦୁଇଟି ଗଧ ଓ ଘୋଡ଼ା ,

ପାହାଡ଼ ସେ'ପାଖେ ବ୍ୟବସାୟ ପାଇଁ

ଗଧକୁ ନେଇକି ଯାଏ ସେ' ବୁଢ଼ା ।


ପାହାଡ଼ ଏପଟେ ସହର ରାସ୍ତାରେ

ଘୋଡ଼ା ଗାଡ଼ିରେ ତା' ଚାଲେ ବେପାର ,

ଘୋଡ଼ା, ଗଧ ଯୋଗୁଁ ସୁରୁଖୁରେ ଚାଲେ

ବ୍ୟବସାୟ ଭଲ ଅଜା ବୁଢ଼ାର ।


ଦିନକର କଥା ବୁଢ଼ାଟି ରାତିରେ

ଶୁଣିଲା ଘୋଡ଼ାର ଫୁଟାଣି କଥା ,

ଘୋଡ଼ା କହେ ତହିଁ ମୋ' ସାଙ୍ଗରେ କାହିଁ

ଦଉଡ଼େ ଜିଣିବ କେ' ସମରଥା ??


ଶୁଣି ଅଜା ବୁଢ଼ା ମନରେ ପାଞ୍ଚିଲା

ବୁଦ୍ଧି ଶିଖାଇବ ଘୋଡ଼ାକୁ ପାନେ ,

ତହିଁ ଆର ଦିନ ଜିନିଷ ଲଦିକି

ଘୋଡ଼ା ଓ ଗଧକୁ ବାନ୍ଧି ଯତନେ ।


ପାହାଡ଼ ସେପଟେ ହାଟ କରିବାକୁ

ବାହାରି ପଡ଼ିଲା ଦୁହିଁଙ୍କୁ ନେଇ,

ଗିରି ଆର ପାର ସହଜେ ପିଠିରେ

ବୋଝ ବୋହି ଘୋଡ଼ା ନପାରେ ଯାଇ।


ସହର ରାସ୍ତାରେ ଘୋଡ଼ା ସିନା ଦୌଡ଼େ

ଟପ, ଟପ ହୋଇ ଚାଲେ ସହଜେ,

ମୁଁହ ଗଲା ଶୁଖି ପାହାଡ଼କୁ ଦେଖି

ଅହଙ୍କାର ଭାଙ୍ଗିଗଲା ମଗଜେ ।


ଦେଖି ଅଜା ବୁଢ଼ା କହେ ଆରେ ଘୋଡ଼ା

ଫୁଟାଣି ଝାଡୁଛୁ ଗଧ ପାଖରେ ,

ସ୍ଥାନ, କାଳ, ପାତ୍ରେ ସଭିଏଁ ତ' ଭିନ୍ନ

କିଏ ଦରକାର କେଉଁ ବେଳାରେ ।


ବିଧାତା ବିଧାନ ସଭିଏଁ ସମାନ

ଯାହା ପାଇଁ ଯିଏ ବିହି ଗଢ଼ିଛି ,

ଅହଙ୍କାର ଭାଵ କାହିଁକି ରଖିଛୁ ?

କିଛି ଭାବି ଧାତା ପଠେଇ ଅଛି ।


କେତେ ବେଳେ ଜିତ କେତେବେଳେ ହାର

ପ୍ରତିଯୋଗିତାରେ ମନ ନଦେଇ ,

ଚଳି ପାରିବାକି କାହାକୁ କେ' ଛାଡ଼ି 

ସର୍ବେ କି ସମାନ ମୋ' ଘୋଡ଼ା ଭାଇ ?


କା'ର କେଉଁ ଗୁଣେ କେ' ନୁହେଁ ସମାନ

ଭିନ୍ନ ଭିନ୍ନ ଗୁଣେ ସର୍ବେ ମହାନ ,

ଦୌଡ଼ିବା ନୁହଁଇ ଜୀବନର ଲକ୍ଷ

ତୋର,ମୋର ଭାଵ ଅତୀବ ନ୍ୟୁନ ।


ଶୁଣି ଅଜା କଥା କରି ନତ ମଥା

ଘୋଡ଼ା ସ୍ବୀକାରିଲା ଭୁଲ୍ ନିଜର ,

ଘୋଡ଼ା, ଗଧ, ଅଜା ତିନିହେଁ ମିଶିକି

ଖୁସିରେ ଫେରିଲେ ନିଜର ଘର ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍