STORYMIRROR

Pranati Mahapatra

Others

3  

Pranati Mahapatra

Others

ପ୍ରତିଯୋଗିତା

ପ୍ରତିଯୋଗିତା

1 min
328


କିଏ ଛାଡିବ ଏଠି କାହାକୁ,

ପ୍ରତିଯୋଗିତା ସବୁଠି,

ପ୍ରତିଦ୍ଵନ୍ଦୀ ସମସ୍ତେ,

ଜିତିବାର ଅଦମ୍ୟ ଲାଳସା ସମସ୍ତଙ୍କର,

ଗଡ଼ ଜିତିବା ନିଶାରେ

ଫିକା ପଡିଯାଏ ସମ୍ପର୍କ,

ହେଉ ଅବା ଅର୍ଥର ମୋହରା,କି

ନିଶାର ସାହାରା,

କିନ୍ତୁ ଜିତିବାର ଅଛି ନା,

ଏହି ହାରିବା ଜିତିବା ରାସ୍ତାରେ

କେବଳ ଓହରି ଯାଏ ଜଣେ।

ଯିଏ ସବୁବେଳେ ଦେଇ ଚାଲିଥାଏ,

ପାଇବାର ଲାଳସା ନ ଥାଏ।

ଜୀବନ ତମାମ ସ୍ନେହ ମମତା,

କରୁଣାର କୁବେର ସଦୃଶ।

ଦେଇ ଚାଲିଥିଲା,

ଦେଇ ଚାଲୁଛି,

ଦେଇ ଚାଲିଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍