STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପ୍ରତିଶ୍ରୁତିର ହୋଲି

ପ୍ରତିଶ୍ରୁତିର ହୋଲି

1 min
206


ଆଧୁନିକ ଯୁଗେ ସମସ୍ତ ଦେଶଙ୍କୁ

ଏକତ୍ରିତ ଦରକାର,

ଏକତ୍ରିତ ହୋଇ ଜନତା ସେବାକୁ

କରିବାହିଁ ଦରକାର।୧।


ବଙ୍ଗଳା ଦେଶର ଭାରତ ସମ୍ବନ୍ଧ

ଅଟୁଟ ବନ୍ଧନ ପରି,

ଏକ ଅନ୍ୟକକୁ ସାହାଯ୍ୟ କରନ୍ତି 

କର୍ତ୍ତବ୍ୟ ଦେଶର ପରି।୨।


ଶତ୍ରୁତା କରିଣ ଲାଭ ନାହିଁ କିଛି

ଅବନତି ହିଁ ଦେଶର,

ଶତ୍ରୁତାରେ ଲାଭ କିଛିହିଁ ନାହିଁଟି

ଅମଙ୍ଗଳଟି ଦେଶର।୩।


ଆସୁଅଛି ହୋଲି ପ୍ରତିଶ୍ରୁତି ହେଉ

ଶତ୍ରୁତା ନୋହୁ କାହାର,

ଶତ୍ରୁତା ନହେଲେ ଉନ୍ନତ ହୋଇବ

ମଙ୍ଗଳ ହେବ ଦେଶର।୪।


ଦୁଇ ଦେଶ ଜନ ଅତ୍ୟନ୍ତ ଆନନ୍ଦ

ମିତ୍ରତାର ଏ ବନ୍ଧନ,

କୄଷ୍ଣ ସୁଦାମର ପରିଟି ମିତ୍ରତା

ଶିକ୍ଷା ଦିଏ ଜନମନ।୫।


ଆଧୁନିକ ଯୁଗେ ସମସ୍ତ ଦେଶଙ୍କୁ

ଏକତ୍ରିତ ଦରକାର,

ଏକତ୍ରିତ ହୋଇ ଜନତା ସେବାକୁ

କରିବା ହିଁ ଦରକାର।୬।




Rate this content
Log in