STORYMIRROR

Sandhyarani dash

Others

3  

Sandhyarani dash

Others

ପ୍ରତିଶୃତି

ପ୍ରତିଶୃତି

1 min
205

କଥା ଦେଇ ଥିଲ ତୁମ ବଗିଚାର

ହେବି ବାସ୍ନାୟିତ ଫୁଲ,

ତୁମେ ମଧୁ ନେଇ ନିତି ଯାଉ ଥିବ

କରିବନି କେବେ ମୂଲ।

ମଥାରେ ସିନ୍ଦୂର ଶଙ୍ଖା ଦେଇ ତୁମେ

କୂଳବଧୁ ସଜେଇ ବ,

ତୁମ ପରିବାର ସଙ୍ଗେରେ ମୋହର

ସମ୍ପର୍କଟି ଯୋଡ଼ି ଦେବ।

ସୁରୂଜ ଉଇଁବା ଆଗରୁ ବାଜିବ

ମୋହର ପାଦ ପାଉଁଜି,

ରୁଣୁ ଝୁଣୁ ଶବ୍ଦ ମନକୁ ମୋହିବି

ସଭିଙ୍କୁ କରି ମଉଜୀ।

ତୁମ ନାମର ସେ ସିନ୍ଦୂରକୁ ପିନ୍ଧି

ମଥାରେ ଯେ ମାରିଥବି,

ଦାଉ ଦାଉ ହୋଇ ସଦା ଝଟକିବ

ଦେଖି ଖୁସି ହେଉ ଥିବି।

ସଞ୍ଜ ନଇଁ ଗଲେ ଚଉଁରା ମୂଳରେ

ସଞ୍ଜବତୀ ଜାଳି ଦେବି,

ଗୁଣୁ ଗୁଣୂ ହୋଇ ପ୍ରଣାମ କରିବି

ଶୁଭ ମୁଁ ମାନାସୁଥିବି।

ତୁମ ଇସାଣରେ ଲିପା ପୋଛା କରି

ପିଣ୍ଡ ଟି ମୁଁ ବାଢି ଦେବୀ

ତୁମ ପିତୃ ଲୋକ ମୋ ରନ୍ଧା ଖାଇ ଣ

ଆତ୍ମାକୁ ଶାନ୍ତ କରିବି।

ତୁମ ମଶାଣିରେ ମୋ ମର ଶରୀର

ତୁମରି କାନ୍ଧରେ ନେବ

ତୁମରି ହାତରେ ଦାହ କରିଦେଇ

ଅହ୍ୟ ଡେଙ୍ଗୁର। ପିଟିବ।

ତୁମେ ଚାଲିଗଲ ଭିନ୍ନ ପଥ ଧରି

ପ୍ରତିଶୃତି ଭାଙ୍ଗି ଦେଲ

ପାଣି ଗାର ପରି ସବୁ ଲିଭିଗଲା

ମୋ ମନକୁ ମାରିଦେଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍