STORYMIRROR

Jyotsnarani Panda

Others

3  

Jyotsnarani Panda

Others

ପ୍ରତିଶୋଧ

ପ୍ରତିଶୋଧ

1 min
133


କାମନା ବର୍ଦ୍ଧିତରୁ 

ତୃଷ୍ଣାର ଜାତ 

ଆଶା ଅପୂର୍ଣ୍ଣ ରହିଲେ 

ଅସନ୍ତୋଷ , ସ୍ଵାର୍ଥ ପୂର୍ଣ୍ଣ ନ ହେଲେ ଶତ୍ରୁତା , ସଂଘର୍ଷ 

ଏମିତି ପର୍ଯ୍ୟାୟକ୍ରମେ 

କେତେକଣ ! 


ଧିରେ ଧିରେ କ୍ରୋଧର

ଵୀଜଟିଏ ସେହି ମୂହୁର୍ତ୍ତରୁ ଅଙ୍କୁରୋଦ୍ ଗମ୍ ହୁଏ 

ମନର ଏକ ଉର୍ବର 

ସମତଳ ଅଞ୍ଚଳରେ


ଭଲଲାଗେନି ଆଉ 

ବନ୍ଧୁତ୍ୱର ବୈକୁଣ୍ଠପୁର 

ସ୍ନେହ ସମ୍ପର୍କର ସ୍ଵର୍ଗପୁର


କୁହୁଳୁଥାଏ ନିଆଁ ଝୁଲଟିଏ 

ହାଲ୍ କା ହାଲ୍ କା 

ପୋଡାଗନ୍ଧ ବି ଆସୁଥାଏ 

ବନ୍ଧୁବାନ୍ଧବ ଓ ସଂପର୍କୀୟଙ୍କ 

ଚାଳ ମଥାନରୁ


ଏଇ ତ ବୋଧେ 

ପ୍ରତିଶୋଧର ପ୍ରଥମ ପର୍ବ ର ଶୁଭାରମ୍ଭ ! 



ଠିକ୍ ସେଦିନ ଯେମିତି

ଏଇ ବିଷାକ୍ତ ଵହ୍ନିର 

ପ୍ରାଣପ୍ରତିଷ୍ଠା ହୋଇଥିଲା

ଖାଣ୍ଡଵବନର ଇନ୍ଦ୍ରପ୍ରସ୍ଥ ଠାରେ

ହସ୍ତିନାପୁରର ଯୁବରାଜ ମହାମାନୀ 

ଦୁର୍ଯ୍ୟୋଧନଙ୍କ 

ହୃଦୟବେଦୀରୁ ନିର୍ଗତ ଯଜ୍ଞକୁଣ୍ଡର

ଲେଲିହାନ ଶିଖାରୁ ।


ସାମାନ୍ୟ ପଦିଏ ଵିଦ୍ରୂପଭରା ଉକ୍ତିରେ 

କୁରୁରାଷ୍ଟ୍ର ରାଣୀ

ଯାଜ୍ଞସେନୀଙ୍କ ତାତ୍ସଲ୍ୟପୂର୍ଣ ଉପହାସରେ ।


" ଅନ୍ଧର ପୁତ୍ର ତ ଅନ୍ଧ" 


ଏଇ କେତୋଟି ଶବ୍ଦ 

ଏକ ବୈପ୍ଳବିକ ଆହ୍ଵାନ ର ଆମନ୍ତ୍ରଣ 

କରିଥିଲା 

ଜମ୍ଵୁଦୀପ ଭାରତବର୍ଷରେ 


କୁରୁକ୍ଷେତ୍ର ରକ୍ତନଦୀ 

ପାଲଟିଥିଲା 

ଶହଶହ ନିରୀହ ପ୍ରାଣ ନିହତ ହେଲେ ।


ଓଃ ..କି .. ଭୟଙ୍କର 

ସେ ଯୁଦ୍ଧର କାହାଣୀ


ସତରେ ସାମାନ୍ୟ 

ଶବ୍ଦ ଟିଏ ତ ପ୍ରେମର 

ପାରିଜାତ ଫୁଟେଇପାରେ 


  କେଵେପୁଣି ... ସେଇ ଶବ୍ଦ 


ନାଗାସାକି ହିରୋସୀମା ଭଳି 

ଵିଧ୍ଵଂସକୁ ବଳପୂର୍ବକ 

ଭିଡିଆଣେ ନିଜ ଘରର ଲିପାପୋଛା 

ଅଗଣା ଭିତରକୁ


ପ୍ରତିଶୋଧର ଉତ୍ପତ୍ତିସ୍ଥଳ 

ଏଇ ଶବ୍ଦର ସହରଭିତରେ ନା !


Rate this content
Log in