ପ୍ରତିଶୋଧ
ପ୍ରତିଶୋଧ
1 min
746
ସବୁକିଛି ମୋର ଲୁଟିନେବା ପରେ
ଆଉ କିବା ବାକି ରହିଛି,
ସୁନାର ଘରକୁ ଚୁନା କଲ ମୋର
ଇଜ୍ଜତ ମାଟିରେ ମିଶିଛି.... ।
କ୍ଷତ୍ରିୟ ରମଣୀ ଅତୃପ୍ତ ଆତ୍ମା ମୋ
ହାହାକାରେ ଘୁରି ବୁଲୁଛି,
ଦୁଷ୍ଟ ତୁ ବିଦେଶୀ ତୋ ଦେହେ ପ୍ରବେଶି
ଜୀବନ ନାଶିବି, କହୁଛି.... ।
କ୍ରୁର ଶାର୍ଦ୍ଦୁୁଳ ଶିକାର କଲ ମୋର
ସ୍ୱାମୀ, ସନ୍ତାନ, ପରିଜନ,
ପ୍ରତିଶୋଧ ନିଆଁ ଜଳୁଛି ମନରେ
ଗୋଟି ଗୋଟି ନେବି ଜୀବନ.... ।
