STORYMIRROR

Sudhanjali Mishra

Others

3  

Sudhanjali Mishra

Others

ପ୍ରତିଶୋଧ

ପ୍ରତିଶୋଧ

1 min
491

ଦେଖାଇ ଦେବି ମୁଁ ଅସଲି ଚେହେରା

ଦୁନିଆଁ ଦାଣ୍ଡରେ ଆଜି

ତୁମ ଭଦ୍ରମୁଖା ଖୋଲିଯିବ ସତେ

କେତେ ଭଦ୍ର ଥିଲ ସାଜି ....।।୧।।


କେତେ ପ୍ରତିବାଦ କରିଥିଲି ମୁହିଁ

କେତେ ଯେ ନେହୁରା ହେଲି

ମୋ ଜୀବନ ନଷ୍ଟ କରନାହଁ ତୁମେ

ମୋତେ ଛାଡିଦିଅ ବୋଲି ...।।୨।।


ତୁମେ କି ଛାଡିଲ ମୋ କଥା ଶୁଣିଲ

କାମନାରେ ବଶ ହୋଇ

ବିନା ପ୍ରମାଣରେ ଖସିଗଲ ତୁମେ

ନ୍ୟାୟ ନ ପାଇଲି ମୁଁହି ...।।୩।।


ଯେପରି ମୋପ୍ରାଣ ନେଲ ତୁମେଦୁହେଁ

ଛାତ ଉପରରୁ ଠେଲି

ଆଜି ମୁଁ ତୁମକୁ ସେହି ଦଣ୍ଡଦେଇ

ପ୍ରତିଶୋଧ ପୂର୍ଣ୍ଣ କଲି ...।।୪।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍