ପ୍ରତିଶୋଧ
ପ୍ରତିଶୋଧ
1 min
486
ଦେଖାଇ ଦେବି ମୁଁ ଅସଲି ଚେହେରା
ଦୁନିଆଁ ଦାଣ୍ଡରେ ଆଜି
ତୁମ ଭଦ୍ରମୁଖା ଖୋଲିଯିବ ସତେ
କେତେ ଭଦ୍ର ଥିଲ ସାଜି ....।।୧।।
କେତେ ପ୍ରତିବାଦ କରିଥିଲି ମୁହିଁ
କେତେ ଯେ ନେହୁରା ହେଲି
ମୋ ଜୀବନ ନଷ୍ଟ କରନାହଁ ତୁମେ
ମୋତେ ଛାଡିଦିଅ ବୋଲି ...।।୨।।
ତୁମେ କି ଛାଡିଲ ମୋ କଥା ଶୁଣିଲ
କାମନାରେ ବଶ ହୋଇ
ବିନା ପ୍ରମାଣରେ ଖସିଗଲ ତୁମେ
ନ୍ୟାୟ ନ ପାଇଲି ମୁଁହି ...।।୩।।
ଯେପରି ମୋପ୍ରାଣ ନେଲ ତୁମେଦୁହେଁ
ଛାତ ଉପରରୁ ଠେଲି
ଆଜି ମୁଁ ତୁମକୁ ସେହି ଦଣ୍ଡଦେଇ
ପ୍ରତିଶୋଧ ପୂର୍ଣ୍ଣ କଲି ...।।୪।।
