STORYMIRROR

Ajit Kumar Raut

Others

4  

Ajit Kumar Raut

Others

ପ୍ରତିଶୋଧ

ପ୍ରତିଶୋଧ

1 min
226

ନହେଉ ଜୀବନେ ପ୍ରତିଶୋଧ ଭାବ

 ଜୀବନେ କର୍ତ୍ତବ୍ୟ ନୁହେଁ 

ବାର୍ତ୍ତାଳାପ କରି ସମାଧନ ହେଉ

 ଶତ୍ରୁତା ନହୁଁ ଟି ଦୁହେଁ।


କଳିଯୁଗ ଏହୁ ଭୟଙ୍କର ଭାବ

 ଜ୍ଞାନୀ ହିଁ ବୁଝିବ ତାହା 

ପ୍ରତିଶୋଧ ଭାବ ଘାତକ ସମାଜେ

 ହୁଏ ମାରାତ୍ମକ ତାହା।


ଅଜ୍ଞାନ ନବୁଝେ ଜ୍ଞାନର ମହତ୍ତ୍ଵ

 କଳି କରେ ଅହରହ 

ମାଦକ ପଦାର୍ଥେ ଆସକ୍ତ ହୋଇଣ

 ଜ୍ଞାନ ଭୁଲେ ଅହରହ।


ପ୍ରତିଶୋଧ ଭାବ ରଖି ସେ ଅନ୍ତରେ

 ନର ହତ୍ୟା କରି ଦିଏ 

ଗୃହକୁ ତାହାର ରଖିଣ କଷ୍ଟରେ

 କାରାଗାର ଚାଲି ଯାଏ।


ତାର ପ୍ରତିଶୋଧେ କି ଲାଭ ହୋଇଲା?

 ଖୁନି ଓ ଆସାମୀ ହେଲା 

ଖୁସିର ସଂସାର ତିଳାଞ୍ଜଳି ଦେଇ

 କାରାଗାରେ ଚାଲି ଗଲା।


ହେବ ମୃତ୍ୟୁ ଦଣ୍ଡ ସଜା ଜୀବନର

 ଜୀବ ହତ୍ୟା ମହାପାପ 

ସବୁ ହିଁ ସମସ୍ୟା ପ୍ରତିଶୋଧ ଯୋଗୁଁ

 ହତ୍ୟା କରିବାଟି ପାପ।


ଜୀବନେ ନ ଆସୁ ପ୍ରତିଶୋଧ ଭାବ

 କର୍ମ ଜ୍ଞାନ କର ଶ୍ରେଷ୍ଠ 

ବିଚାର କରିଣ ସମାଧାନ କର

 କର୍ତ୍ତବ୍ୟ ହିଁ ଅଟେ ଶ୍ରେଷ୍ଠ।


ମାଦକ ପଦାର୍ଥ ଗ୍ରହଣ ନକର

 କର ଜଗନ୍ନାଥ ଭକ୍ତି 

ଶିକ୍ଷିତ ହୋଇଣ ଗୀତା ଜ୍ଞାନ ବୁଝ

 ଆଣ ଜୀବନରେ ଶକ୍ତି।


ସେହୁ ଶକ୍ତି ହେଉ ରାଷ୍ଟ୍ରର ନିର୍ମାଣେ

 ଜନସେବା ହେଉ ନିତ୍ୟେ 

ପ୍ରତିଶୋଧ ଭାବ ନରଖି ମନରେ

 କର ପ୍ରଭୁ ଭକ୍ତି ନିତ୍ୟେ।


ନାହିଁ ସମାଧାନ କୌଣସି ସମସ୍ୟା

 ମନେ ପ୍ରତିଶୋଧ ରଖି 

ଜ୍ଞାନୀ ହୋଇ କର ସମାଧାନ ତାର

 ହୃଦେ ସମଭାବ ରଖି।


ମନୁଷ୍ୟ କର୍ତ୍ତବ୍ୟ ରାଷ୍ଟ୍ର ସେବା ପରା

 ଜୀବଙ୍କର ପ୍ରତି ପ୍ରୀତି 

ଜଗନ୍ନାଥ ଭକ୍ତି ଜୀବନର ମନ୍ତ୍ର

କର୍ମ ଆମ ପ୍ରଭୁ ପ୍ରୀତି।


ଶୁଣ ଭକ୍ତଗଣ ଦେଇ ମନପ୍ରାଣ

 ଭାବ ପ୍ରତିଶୋଧ ନହୁଁ 

ଜ୍ଞାନ ବିଜ୍ଞାନରେ ରହୁ ଅଭିଳାଷା

ଶତ୍ରୁତାର ଭାବ ନହୁଁ।


ଈଶ୍ୱରଙ୍କ ଭକ୍ତି ରହୁ ନିତି ଦିନ

 ଆମ କର୍ତ୍ତବ୍ୟଟି ଏହୁ  

ପ୍ରତିଶୋଧ ଭାବ ନହୁଁ ହିଁ ଜୀବନେ

ଜ୍ଞାନ ବିଜ୍ଞାନରେ ରହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍