STORYMIRROR

SUKANTA KHANDA

Others

3  

SUKANTA KHANDA

Others

ପ୍ରତିଶୋଧ

ପ୍ରତିଶୋଧ

1 min
204


ତୁମେ ବୋହୂ ହୋଇ ଆସିଛ 

ଏ ଘରକୁ ମନ୍ଦିର ପରି ଗଢି଼ ତୋଳିବାକୁ

ସ୍ବର୍ଗର ନନ୍ଦନକାନନ ପରି ହସିବାକୁ ଚଉଦିଗ

ସଭିଙ୍କର ଇଛା ଓ ଆଶାକୁ ନେଇ

ଚାଲିବାକୁ ସଂସାର କ୍ଷେତ୍ରରେ।

ତୁମେ କିନ୍ତୁ ଭାରି ଅସହିଷ୍ଣୁ

କଥାରେ କଥାରେ ଝଗଡା଼ କରୁଛ

ଭଲ ପାଇ ବାହା ହୋଇଥିବା କଥାକୁ

ଦୂରେ ଫିଙ୍ଗିଦେଇ ଅହରହ 

ଗାଉଛ ନାଚୁଛ।

ହସି ଦେଇ କହିଲା ତୁମେ ମୋର କିଏ କି

ଟୋପାଏ ସିନ୍ଦୂର କି ଦୁଇପଟ ଶଙ୍ଖାରେ କଣ

ସବୁ ସରିଗଲା?

ମୋତେ ଦରକାର ଦିନକୁ ଦଶ ହଜାର

ନିତି ଖାଇବାକୁ ଆମିଷ ଆହାର

ଯଦି ବ୍ଯତିକ୍ରମ ହୁଏ...?

ସେ ବାହା ହୋଇଥିଲା ଜେଜେଙ୍କ କଥାରେ

ଯିଏ ତାଙ୍କ ବଂଶରେ ବନ୍ଧୁ ବାନ୍ଧିଥିଲା

ହେଲେ ବ୍ଯତିକ୍ରମ ପାଇଁ

ସବୁ ଶେଷ ହୋଇ ଯାଇଛି ଭବିଷ୍ଯତ।

ସେ ଯେଉଁଦିନୁ ଜାଣିଲା ସମ୍ପର୍କ ଫାଟ

ପ୍ରତିଶୋଧର ବହ୍ନିରେ ଜଳୁଛି

ଆଜି ସମୟ ଆସିଛି

ଜେଜେଙ୍କ ପରି ତୁମକୁ ଖିନଭିନ୍ କରିବାକୁ।

ସେ ଭାବୁଭାବୁ ତଣ୍ଟିର କାତି ଲଦିଦେଲା

କ୍ଷଣକେ ଭଲ ପାଇ ବାହା ହେବାର ସ୍ବପ୍ନ ଧୂଳିସାତ୍।

ସତରେ ! 

ସଭିଙ୍କୁ ଏମିତି ନାରୀ ମିଳିବ ତ

ସୁଖ ନୁହେଁ,ଦୁଃଖର ନଈରେ

ନିତି ଗାଧୋଇବ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍