STORYMIRROR

Biswanath Nayak

Others

3  

Biswanath Nayak

Others

ପ୍ରତିମୂର୍ତ୍ତି

ପ୍ରତିମୂର୍ତ୍ତି

1 min
202


ଚାହେଁନା ମୁଁ ପୂଜା 

       ପ୍ରତିମୂର୍ତ୍ତି ସାଜି

          ଚାହେଁନା ମୁଁ କିଛି ପୁରସ୍କାର। 

ମୋ ଆଦର୍ଶ ଆଜି 

        ଫାଙ୍କା ପ୍ରବଚନ

          ଲାଗେ ଯେହ୍ନେ ମୋତେ ତିରସ୍କାର। 


ଭଳି ଭଳି ମୂଖା 

       ପରିଧାନ କରି

           ମୋ ସମ୍ମୁଖେ କର ଅଭିନୟ। 

ମୁଖେ ରାମ ନାମ 

       ଅନ୍ତରେ ରାବଣ

            ଆଦର୍ଶର ଖାଲି ଅବକ୍ଷୟ। 


ନିଜଠାରୁ ନିଜେ 

      କେତେ ଯେ ଦୂରରେ

            ମାପିଛ କି କେବେ ସେ ଦୂରତା?

ଉଚାର ଆଚାର 

       ଦେଖି ତୁମ ଭିନ୍ନ

             ପଡେନାହିଁ ମୋର ଆଖିପତା। 


ମୋ ନୀତି ଆଦର୍ଶ 

       ଅଟେ ମୋର ପ୍ରାଣ

              ପ୍ରାଣହୀନ ମୂର୍ତ୍ତି କର ପୂଜା। 

ସ୍ଵାର୍ଥ- ଯଜ୍ଞେ ଦେଇ 

       ନୀତିର ଆହୁତି

              ପୂଜା ନାମେ ମୋତେ ଦିଅ ସଜା। 


ଆଦର୍ଶ ବଞ୍ଚିଲେ 

      ବଞ୍ଚି ମୁଁ ରହିବି

             ପ୍ରତିମୂର୍ତ୍ତି ମୋର ଲୋଡ଼ା ନାହିଁ। 

ଅନ୍ତରାତ୍ମା ମୋର 

        ବିଳପି ଉଠୁଛି

              ନୀତି ଆଦର୍ଶ ମୋ ଗଲା କାହିଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍