STORYMIRROR

Chinmayee Sahoo

Others

4  

Chinmayee Sahoo

Others

ପ୍ରତିକ୍ରିୟା ହୀନ

ପ୍ରତିକ୍ରିୟା ହୀନ

1 min
440


ପରାଧୀନ ପ୍ରାଣୀ ପ୍ରତିକ୍ରିୟାହୀନ

ପ୍ରତିଶୃତି କାହୁଁ ଦେବ

ପ୍ରତିବାଦ ଯିଏ କରି ନ ପାରିବ

ପଶ୍ଚାତାପେ ବଞ୍ଚୁଥିବ।....୧


ଅନ୍ଧକୂପେ ବନ୍ଦୀ ଆଶା କି ରଖଇ

ପ୍ରଭାତ ଦର୍ଶନ ପାଇଁ

ଦିବା ନିଶି ମଧ୍ୟେ ପାର୍ଥକ୍ୟ କି ଅବା

ବନ୍ଦୀ ଜନପାଇଁ ଥାଇ।....୨


ଜନ୍ମାନ୍ଧ କି ଲୋଡ଼େ ଇନ୍ଦ୍ରଧନୁ ରଙ୍ଗ

ଫଗୁଣେ ହେବାକୁ ମାଖି

ବସନ୍ତ ବୈଶାଖ ଦିବା ନିଶି ତୁଚ୍ଛ

ଅନ୍ଧାରବୋଳା ଯା''ଆଖି।....୩


ପଞ୍ଜୁରୀ ଶାରୀ କି ସପନ ଦେଖଇ

ବାଦଲକୁ ଚୂମିବାକୁ

ଭୁଲିଛି ତା'ପକ୍ଷ ଦେଇଥିଲେ ଧାତା

 ଡେଣାଝାଡି ଉଡ଼ିବାକୁ।.....୪


ମରୁଭୂମି ପଥଚାରୀ କି ଲୋଡ଼ଇ

ବର୍ଷାରେ ଭିଜିବ ବୋଲି

ତୃଷ୍ଣା ନିବାରଣେ ଜଳ ତ ସପନ

ଚତୁଃପାର୍ଶ୍ଵେ ମରୁବାଲି।....୫



Rate this content
Log in