ପ୍ରତିଜ୍ଞା
ପ୍ରତିଜ୍ଞା
1 min
403
ଦେଶ ମାତୃକାର ସେବା ପାଇଁ
ଉତ୍ସାର୍ଗୀ ଦେବା ପ୍ରାଣ
ସ୍ୱାଧୀନ ଆମେ, ଆମରି ଦେଶ
ସ୍ୱାଧୀନତା ଆମ ସ୍ୱାଭିମାନ l
ସ୍ୱାଧୀନ ଭାରତ ଯାହାଙ୍କ ଦାନ
ଯିବାନି ଭୁଲି ବଳିଦାନ
ଦେଶପାଇଁ ହସି ହସି କଲେ
ମୃତ୍ୟୁକୁ ଯିଏ ବରଣ l
ବୀର ସନ୍ତାନ, ଭାରତ ମାତାର
ତାଙ୍କରି ବାରତା ମହାନ
ଏହି ଦିବସେ ନେବା ପ୍ରତିଜ୍ଞା
ରଖିବା ସଦା ସମ୍ମାନ l
ହୋଇବା ନିଶ୍ଚେ ଜାଗ୍ରତ ପ୍ରହରୀ
ଦୃଢ଼ କରି ମନ
ଏକତା ଆମରି ଆଦର୍ଶ ହେଉ
ପଛ କରି ଅଭିମାନ l
