STORYMIRROR

Snigdha Panda

Others

3  

Snigdha Panda

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
798


ତୁମକୁ ଅନେକ ପ୍ରତୀକ୍ଷା କରି ମୁଁ

ତୁମେ ମୋ ଦୁଆରେ ଆସିଲ ନାହିଁ,

ଯନ୍ତ୍ରଣାର କ୍ଷଣ ଦିନ ପାଲଟିଲା

ତୁମ ଆସିବାର ବାଟକୁ ଚାହିଁ ॥


ହୃଦୟ ଚିରି ମୁଁ ଦେଖାଇ ପାରିନି

କେତେ ଆକାଂକ୍ଷିତ ତୁମରି ଲାଗି,

ଶୁଣିବାକୁ ମଧୁ ମୁରଲୀ ମୂର୍ଚ୍ଛନା

କେତେ ନିଶିଥିନୀ ରହିଛି ଜାଗି ॥


ମୋ ଜୀବନ ସନ୍ଧ୍ୟା ଉପଗତ ହେଲେ

ଦୀପାଳିରୁ ତେଲ ଯିବଟି ସରି,

ସେ ବେଳେ ଯଦି ବା କୃପା କରି ଆସ

ଲିଭା ଦୀପାଳିକି ଉଠିବ ଜଳି ? ॥


ଆଉ କି ପାରିବି ତେବେ ତୁମଲାଗି

ସଜାଡି ଶୁଭ ଯଜ୍ଞବେଦୀ,

ପାରିବି କି ଗାଇ ପୁଣ୍ୟ ସ୍ଵାଗତିକା

ପାରିବି କି ପୂଜା ଅର୍ଘ୍ୟ ସମ୍ପାଦି? ॥


ତଥାପି ଅନେକ ଆଶା ଅଛି ମନେ

ନିଶା ଅବସାନେ ଉଦୟାଚଳେ,

ଦିଶିବ ତୁମର ଶ୍ରୀମୁଖ ଶୋଭା

ବାଜିବ ବଂଶୀ ମାହେନ୍ଦ୍ରବେଳେ ॥


+++++*****+++++



Rate this content
Log in