STORYMIRROR

Snigdha Nayak

Others

5.0  

Snigdha Nayak

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
14.5K


ଦୀର୍ଘ ଦିନର ପ୍ରତୀକ୍ଷା ପରେ

ହଠାତ୍ ଦେଖା ହେଲା ଯେବେ ତା ସାଥିରେ

ଶାନ୍ତ ସାଗରର ଜୁଆର ପରି

ଆଖିରୁ ବହି ଚାଲିଥିଲା ଖୁସିର ଲହରୀ

ନିଜେ ମୁଁ ଅଜଣା ଥିଲି

ଏବେ ତା ପ୍ରେମ ମୋ ହୃଦୟେ ଜାଗ୍ରତ ବୋଲି

ଭାବି ବି ନ ଥିଲି ଭୁଲି ଯାଇ ଥିଲି

ଯାକୁ କିଛି ବର୍ଷ ତଳେ

ହଠାତ ଈଶ୍ୱର ଆଣି ଛିଡା କରିଲେ

ତାକୁ ମୋ ଆଗରେ

ସାମର୍ଥ୍ୟ ନ ଥିଲା

ଭାସି ନ ପାରିଲି ତା ସମ୍ମୁଖରେ

ଆଉ ଯେବେ ସାମର୍ଥ୍ୟ ଆସିଲା

ସିଏ ନ ଥିଲା ମୋ ଆଗରେ

ଆଉ ଦୀର୍ଘ ବର୍ଷ ପରେ

ଦେଖା ହେଲା ଯେବେ ତା ସାଥିରେ

ଚାହିଁ ବି ନl ପ୍ରକାଶ କରିହେଲା ନା ସିଏ କଲା

ହେଲେ ମନ ଓ ହୃଦୟର ମିଳନ ହୋଇଯାଇ ଥିଲା

ଯଦିଓ ମୁଖ ନ ଭାସିଲ।

ଚକ୍ଷୁ ତା ସବୁ କିଛି କହି ସାରିଥିଲା....


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ