STORYMIRROR

Rakesh Sahoo

Others

3  

Rakesh Sahoo

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
14.5K


ନା ଥାଏ କେବେ ଅନ୍ତ ନା ଆଦି

କେଉଁଠୁ ଆରମ୍ଭ ପୁଣି କେଉଁଠି ଶେଷ

ଘାଣ୍ଟିହୁଏ ମଣିଷ ଖାଲି ଯାହା

ମିଳେନି କେବେ କୋଉଠି ରାହା ।।

ତଥାପି ଖୋଜି ଚାଲେ ଅଫେରା ବାଟକୁ

କାଳେ ଫେରିବ ସେ ଦିନ

ଚେନାଏ ଖୁସିର ଭଣ୍ଡାର

କିଛି ସ୍ମୃତି କିଛି ଅନୁଭୂତି ।।

ହେବ କି ସତେ ଏହାର ଇତି

ମିଳିବ ଶେଷେ କି ତୃପ୍ତି

ଅଛି କି ତାର ସମାପ୍ତି

ନା କିଛି ଇତି ବୃତ୍ତି ।।

ରାକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍