ପ୍ରତିଛବି
ପ୍ରତିଛବି
1 min
190
ଶସ୍ଯ ଶ୍ଯାମଳା ସବୁଜ ବନାନୀ
ଗିରିଶ ଅଭିସାରିକା
ବନେ ବନପୁଷ୍ପ ଦିଶନ୍ତି ସୁନ୍ଦର
ସତେକି ବନମଲ୍ଲିକା।
ନଗ୍ନ ହୃଦୟେ ମଗ୍ନ ପୃଥିବୀ
ଖେଳେ ବନଭୂମି ବାଆ
କଳକଳ ନାଦିନୀ ଅଟେ ସ୍ରୋତସ୍ବନୀ
ମହ୍ଲାରେ ନାଚୁଛି ନାଆ।
ବରଷା ଆସିଲେ ହସେ ବନଲତା
ହସୁଛି ଗିରି କନ୍ଦର
ସବୁଜ ଶ୍ଯାମଳ ଉଲ୍ଲସି ଉଠଇ
ବରଷା ବିନ୍ଦୁ ସତ୍ତ୍ବର।
ସବୁଜ ଅଟଇ ବନ୍ଧନ ହୀନ
ଚିରନ୍ତନ ଶୃଙ୍ଖଳିତ
ବଢିବାର ପଥ ଦର୍ଶାଇ ଥାଏତ
କରେ ମନ ଆନନ୍ଦିତ।
କାନନ କୁଞ୍ଜରେ ବନ ପ୍ରଦେଶରେ
ଜାଜୁଲ୍ଯମାନ ଯେ ହୁଅ
ଜୀବନର ରଙ୍ଗ ପ୍ରତିଛବି ପରା
ସବୁଜ ସୁନ୍ଦର ରୁହ।
