STORYMIRROR

Jagabandhu Sahu

Others

3  

Jagabandhu Sahu

Others

ପ୍ରତିବ୍ରତା

ପ୍ରତିବ୍ରତା

1 min
223

ପ୍ରତିବ୍ରତା ଅଟେ  ନାରୀର ଶକତି

   ଶଙ୍ଖା ସିନ୍ଦୂର ଆଭୂଷଣ

ଇହ-ପର କାଳ ଦେବତା ଯେ ପତି

    ମନେ ରଖ ନାରୀ ଗଣ


ସ୍ୱାମୀ ସେବା ଅଟେ ଶ୍ରେଷ୍ଠ ଧର୍ମ ତୁମ

     ଗୁରୁଜନ ପାଦ ସେବ

ସଭିଙ୍କ ଆଶିଷ ନେଇ ତୁମେ ନାରୀ

    ଅହ୍ୟ ସୁଲକ୍ଷଣୀ ହେବ


ଛୋଟଙ୍କୁ ଆଦର ସ୍ନେହ ପ୍ରେମ ଦେଇ

   ଶ୍ରଦ୍ଧାରେ କୋଳେଇ ନିଅ

ସଭିଙ୍କର ପ୍ରିୟ  ହୋଇ ତୁମେ ସଦା

    ଅହ୍ୟ ସୁଲକ୍ଷଣୀ ରୁହ


ପତି କାନ୍ଧେ କରେ ଶେଷ ଯାତ୍ରା ପତ୍ନୀ

   ହୋଇ ଅହ୍ୟସୁଲକ୍ଷଣୀ

ବୈକୁଣ୍ଠେ ସ୍ଥାନ ହୁଏ ପ୍ରାପ୍ତ ତାକୁ

    ସାକ୍ଷୀ ଯେ ଗାଁ ମଶାଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍