ପ୍ରତିବିମ୍ବର ଆକାଶ
ପ୍ରତିବିମ୍ବର ଆକାଶ
ସ୍ମୃତି ନଦୀଧାରେ ସମୟର ସ୍ରୋତେ
ପ୍ରଶମିତ ମନାକାଶ
ସାଗର ବୁକୁର ଜଳାଧାରେ ଦିଶେ
ପ୍ରତିବିମ୍ବର ଆକାଶ ,
ବିଶ୍ବନିୟନ୍ତାଙ୍କ ସ୍ବର୍ଶ
ପ୍ରେମିକ ଆକାଶ ବିଶାଳ ହୃଦୟେ
ଜଗତକୁ କରେ ବଶ । ୦
ବସୁନ୍ଧରା ସଜ ନଦ ନଦୀ ନାଳେ
ସବୁଜିମା ସୁଶୋଭିତ
ସ୍ବର୍ଣ୍ଣିମ ମୂହୁର୍ତ୍ତ ପ୍ରତିଟି କ୍ଷଣିକ
ଆହା ! କେଡ଼େ ମୂର୍ତ୍ତିମନ୍ତ ,
p>
ଧନ୍ୟ ସ୍ରଷ୍ଟା ତୁମ ଯଶ
ଦର୍ପଣ ପ୍ରାୟକେ ଦିଶିଯାଏ ଛବି
ପ୍ରତିବିମ୍ବର ଆକାଶ । ୧
ବର୍ଷା ମେଘମାଳା ଚମକ ଚପଳା
ସୁଷମାରାଜି ବସୁଧା
ନୀଳ ଜଳରାଶି ନିଳାମ୍ବୁ ଆକାଶ
ଜୀବନ ଧାରାରେ ବନ୍ଧା ,
ପ୍ରତିକ୍ଷଣ ବର୍ଷ ମାସ
ଜଳରାଶି ଧାରେ ଅଭିଳାଷ ଇଛେ
ପ୍ରତିବିମ୍ବର ଆକାଶ । ୨