STORYMIRROR

Chittaranjan Nanda

Others

4  

Chittaranjan Nanda

Others

ପ୍ରତିଭା ନିଶ୍ଚିତ ହେବ ପ୍ରତିଭାତ

ପ୍ରତିଭା ନିଶ୍ଚିତ ହେବ ପ୍ରତିଭାତ

1 min
240

ମନର ବିଶ୍ୱାସରେ ହୃଦୟ ଭିତରୁ ବାହାରେ 

ଗୋଟିଏ ଚେତନାଟିଏ

ସେ ଚେତନା ମୃତ୍ୟଞ୍ଜୟ ଅନେକ ଥର ମରି 

ବଞ୍ଚିବ ସେ ସୀମିତ ନୁହେଁ |୧|


ଉର୍ଜାରେ ଭରି ରହିଥିବା ଅଣୁ ପରମାଣୁରେ 

ଭରା ଏଇ ବ୍ରହ୍ମାଣ୍ଡରେ 

ବହୁ ଆଶ୍ଚର୍ଯ୍ୟ ଭାବନା ଆସେ ମଣିଷ ମସ୍ତିଷ୍କର 

ନୀରବ ପ୍ରହରରେ |୨|

 

ହୋଇପାରେ ତାହା ପ୍ରେମଭରା ଗୁଞ୍ଜରଣ 

ଅବା ପରିବର୍ତ୍ତନମୂଖୀ ଚେତନା

ନା ବୟସ ଅଛି ନା ବାର୍ଦ୍ଧକ୍ୟ କହିପାର ତାହା 

ତ ବାଚାଳତାର ଜୋଛନା |୩|


କିଛି ବଣମଲ୍ଲୀ ପରି କୋଣରେ ବିକଶି ସୁରଭି 

ବିତରି ଶେଷେ ମିଶନ୍ତି ମାଟିରେ

ସର୍ବେ ଜାଣିପାରନ୍ତିନି ମଧୁମୟ ସୁଗନ୍ଧକୁ ଜାଣେ 

ତା ମୂଲ ଆସିଥିବା ଜନ ତାର ସଂସ୍ପର୍ଶରେ |୪|


ହୃଦୟ ଭିତରେ ସରଳତା ନିଷ୍କପଟତା ଆତ୍ମୀୟତା

ର ଭାବ ହେଲେ ପ୍ରସ୍ଫୁଟିତ

ଏହି ଭଳି ପ୍ରତିଭାଙ୍କ ପାଇଁ ଦେଶ ଓ ମାନବ ଜାତି 

ହୁଏ ବେଶ୍ ଗର୍ବିତ ଓ ଉତ୍ସାହିତ |୫|


ଏକ ମିନିଟରେ ଦଶଟା କବିତା ପଢିବା ଆଜି 

ଯାହା କାଲି ଥିଲା କିଛି ପାଠକଙ୍କ ମନରେ  

ପେଟ ଚାଖଣ୍ଡକ ପାଇଁ ସଂଘର୍ଷ କରି ମଧ୍ୟ ସାହିତ୍ୟକୁ 

ଭୁଲି ନାହାନ୍ତି ସାହିତ୍ୟିକ ତା ଜୀବନରେ |୬|


କଣ୍ଠଶିଳ୍ପୀଟିଏ ମୂଲ ପାଏ ସଙ୍ଗୀତଜ୍ଞଟିଏ ମୂଲ ପାଏ  

ସଙ୍ଗୀତକାରର ମାଲିକଟି ମୂଲପାଏ 

ମାଲିକଟି ଯଶ ସାଉଁଟେ ସଙ୍ଗୀତକୁ ବ୍ୟବସାୟ କରି 

ଅମାପ ଅର୍ଥ ଉପାର୍ଜନ କରି ହୁଏ |୮|


ସଙ୍ଗୀତର ପ୍ରଚ୍ଛଦପଟ ନାୟକ ଗୀତର ଲେଖକ 

ଗୀତିକାରର ନାମଟିଏ ଖାଲି ପାଏ 

ପେଟରେ ଜଳୁଥାଏ ଭୋକ ନୀରିହ ପଣରେ ଝରି 

ଯାଏ ସିନା ଅନ୍ୟକୁ ସୁଖ ବାଣ୍ଟି ଥାଏ |୯|


ଲେଖନ୍ତୁ କିଏ "ଅତୀବ ସୁନ୍ଦର" ଦେଖାଇ ରଂଗ 

ବେରଂଗର ହାତ ଯୋଡ ହାତର ଚିତ୍ର

ମନ୍ତବ୍ୟ ନଦିଅନ୍ତୁ ସଦ୍ୟ ଦିବାଲୋକରେ ଦେଖାନ୍ତୁ 

ଲଣ୍ଠନ ପ୍ରତିଭା ନିଶ୍ଚିତ ହେବ ପ୍ରତିଭାତ |୧୦|



Rate this content
Log in