STORYMIRROR

Shibanand Banchhor

Others

2  

Shibanand Banchhor

Others

ପ୍ରଥମବର୍ଷା

ପ୍ରଥମବର୍ଷା

1 min
13.6K


କାହିଁକି ଆଜି ବହୁତ ମନେପଡୁଛ

କାରଣ ଜାଣିନି ତଥାପି ମନେପଡୁଛ

ଲାଗୁଛି ସତେ ମୋ ପାଖେ ପାଖେ ଅଛ

ମୋତେ ମୋ ଅଜାଣତରେ ନିରୀକ୍ଷଣ କରୁଛ ।।

ଆଜି ସେ ମୋଉସୁମିର ହଠାତ ଆଗମନ

ହୃଦୟକୁ ଆନ୍ଦୋଳିତ କରିଦେଲା

ମୃଦୁ ମଳୟରେ ଆସିଥିବା ବାସ୍ନା

ତୁମ କଥା ମନେ ପକାଇ ଦେଲା ।।

ଆଜି ସେ ବର୍ଷାର ପ୍ରଥମ ଛିଟା

ତାର ସ୍ପର୍ଶରେ ଆନନ୍ଦିତ କରିଦେଲା

ସତେ କି ସେ ସ୍ପର୍ଶଟା ତାର ନୁହେଁ

ବୋଧେ ତାହା ତୁମର ସ୍ପର୍ଶ ଥିଲା ।।

ବିଜୁଳିର ଚକ୍ ଚକ୍ ଆଲୋକ ଭିତରେ

ଜଣକର ଚେହେରା ଉଦଭାସିତ ହେଉଥିଲା

ସେ ଚେହେରାଟି ଆଉ କାହାର ନୁହେଁ

ସେଇଟା ତୁମ ଚେହେରା ହିଁ ଥିଲା ।।

ବର୍ଷର ପ୍ରଥମ ବର୍ଷା ଆଜି

ମୋତେ ମନ୍ତ୍ର ମୁଗ୍ଧ କରିଦେଇଥିଲା

ଆଉ ସେ ବର୍ଷାର ବୁନ୍ଦାରେ

ତୁମ ପ୍ରେମରେ ଭିଜିବାକୁ ଇଚ୍ଛା ହେଉଥିଲା ।।

କିନ୍ତୁ ସେ ବର୍ଷା ବି ଥିଲା କ୍ଷଣସ୍ଥାୟୀ

ଠିକ୍ ମୋ ରାତିର ସ୍ବପ୍ନ ପରି

ବର୍ଷାରେ ଭିଜିବାର ସ୍ବପ୍ନ ବି ଅଧୁରା ରହିଗଲା

ଠିକ୍ ମୋ ହୃଦୟର ପ୍ରେମ ପରି ।।


ଶିବାନନ୍ଦ ବନଛୋର


Rate this content
Log in