STORYMIRROR

Bijaya Panda

Others

4  

Bijaya Panda

Others

ପ୍ରଥମ କବିତା

ପ୍ରଥମ କବିତା

1 min
186

କବିତା ନଥିଲା ସେ

ଚାରା ଟିଏ ଯେମିତି ଫୁଲ କଢ଼ିକୁ ଅପେକ୍ଷାରତ

ସେମିତି କିଛି ଥିଲା ମୋର ପ୍ରଥମ କବିତା ।


ସବୁଦିନ ଖବରକାଗଜ ରେ କବିତା ଗଳ୍ପ

ପଢ଼ିବାର ଏକ ସଉକ ଥାଏ

ଯେମିତି ଏକ ଅଜଣା ଉନ୍ମାଦନା ଖେଳିଯାଏ ମନରେ

ଯିଏ ପଢ଼େ ସିଏ ଜାଣେ ।


କାସ୍ ମୋର ବି କବିତାଟିଏ କି ଗଳ୍ପଟିଏ

ଏମିତି ବାହାରନ୍ତାକି!

ମନରେ ଆଶା ଉଦ୍ଦୀପନା ଅନେକ ।


ସେତେବେଳେ ଅଷ୍ଟମ ଶ୍ରେଣୀ

ସୁଲରେ ପ୍ରତିବର୍ଷ ଆନୂଆଲ ଫଁକ୍ସନରେ

ସାହିତ୍ୟ ପୃଷ୍ଠା ଉନ୍ମୋଚନ ହେଇ ବୋର୍ଡରେ ଲାଗେ

ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ

ମୋ ଲେଖା ପ୍ରକାଶ ପାଇବ କି ନାହିଁ ବୋଲି ଥାଏ ଭୟ

ପ୍ରକୃତିକୁ ନେଇ କଣ ଦିପଦ ଲେଖିଥିଲି ।


କିନ୍ତୁ ସେ ଥିଲା ଏକ କବିତା

ଜୀବନର ପ୍ରଥମ କବିତା

ବାହାରିଲା ସ୍କୁଲର ସାହିତ୍ୟ ବୋର୍ଡରେ

କଳାଧଳା ଫଟୋ ସହ ଯେବେ ଲେଖାଟି

ବୋର୍ଡରେ ଲାଗିଲା

ସେବେଠାରୁ ମୋ ଭିତରେ ଏକ ଲେଖକ ଜନ୍ମିଥିଲା ।



Rate this content
Log in